Featuredଜାତୀୟରାଜନୀତି

ସିବିଆଇରେ ହାଜର ହେବାକୁ ସମୟ ମାଗିଲେ ସିସୋଦିଆ

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ତରଫରୁ ଆଜି ହାଜର ହେବାକୁ ନୋଟିସ କରାଯାଇଥିଲା । ଏନେଇ ସିସୋଦିଆ ସିବିଆଇକୁ ସମୟ ମାଗିଛନ୍ତି । ସେ କହିଛନ୍ତି କି ଚଳିତମାସ ଦିଲ୍ଲୀ ସରକାର ବଜେଟ ଉପସ୍ଥାପନା କରିବାକୁ ଥିବାରୁ ସେ ଏହି କାମରେ ବ୍ୟସ୍ତ ଅଛନ୍ତି । ଏଣୁ ଫେବୃଆରୀ ମାସ ପରେ ସେ ସିବିଆଇରେ ହାଜର ହେବେ । ଏନେଇ ସେ ସିବିଆଇକୁ ଏକ ଚିଠି ମଧ୍ୟ ଲେଖିଛନ୍ତି ।

ଶନିବାର ଦିନ ନିଜେ ସିସୋଦିଆ ଏକ ଟ୍ୱିଟ କରି ସିିବିଆଇ ନୋଟିସ ବାବଦରେ ସୂଚନା ଦେଇଥିଲେ । ସେ ତାଙ୍କ ଟ୍ୱିଟରେ ଲେଖିଥିଲେ କି ମୋ ବିରୋଧରେ ସିବିଆଇ, ଇଡି ପୁରା ଶକ୍ତିର ସହ ଲଢୁଛି । ଦିଲ୍ଲୀର ପିଲାମାନଙ୍କୁ ଉଚ୍ଚମାନର ଶିକ୍ଷା ଦେବା ଦିଗରେ ମୁଁ କାମ କରୁଥିବାରୁ ଏହାକୁ ରୋକିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର ।

Related Articles

Back to top button
WP Twitter Auto Publish Powered By : XYZScripts.com