Featuredଅନ୍ତର୍ଜାତୀୟ

ଜୀବନକୁ ବଞ୍ଚାଇ ରଖିବାକୁ ପରିସ୍ରା ପିଇବାକୁ ବାଧ୍ୟ ହୋଇଥିଲେ ଦମ୍ପତି !

ତୁର୍କୀ ଓ ସିରିଆରେ ହୋଇଥିବା ଭୟାନକରେ ମୃତ୍ୟୁ ସଂଖ୍ୟା ୪୬ ହଜାର ପାର କରିସାରିଲାଣି । ଧ୍ୱଂସ ସ୍ତୁପରୁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେହି ଧ୍ୱଂସ ଭିତରୁ ବିଭିନ୍ନ ସମୟରେ ଉଦ୍ଧାର ହେଉଛନ୍ତି ଜୀବନ୍ତ ଲୋକ ।
ଦୀର୍ଘ ଦିନ ପରେ ବି ମାଟି ତଳୁ ଜୀବନ୍ତ ଭାବେ ଉଦ୍ଧାର ହୋଇଛନ୍ତି ଏକ ଦମ୍ପତି । ଦୀର୍ଘ ୨୯୬ ଘଣ୍ଟା ଧରି ଏହି ଦମ୍ପତି ଭଙ୍ଗା ଘର ତଳେ ଦବି ରହିଥିଲେ । ଆଉ ତା ଭିତରେ କରୁଥିଲେ ବଞ୍ଚିବାର ସଂଘର୍ଷ । ଜୀବନକୁ ବଞ୍ଚାଇ ରଖିବାକୁ ପରିସ୍ରା ପିଇବାକୁ ବାଧ୍ୟ ହୋଇଥିଲେ ଏହି ଦମ୍ପତି ।

ତାଙ୍କର ପୁରା ପରିବାର ଭଙ୍ଗା ଘରେ ଦବି ରହିଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କାରାଯାଇଛି । ତାଙ୍କ ସହିତ ୧୨ ବର୍ଷୀୟ ପୁଅ ମଧ୍ୟ ଉଦ୍ଧାର ହୋଇଥିଲା । ହେଲେ ଏହି ଦୁଇ ଦମ୍ପତି ବଂଚିଯାଇଥିଲେ ବି ପୁଅକୁ ବଞ୍ଚାଇ ପାରିନଥିଲେ ଡାକ୍ତର ।

 

Related Articles

Back to top button
WP Twitter Auto Publish Powered By : XYZScripts.com