ବାଣିଜ୍ୟ
ରାଜସ୍ୱ ସଂଗ୍ରହରେ ଓଡ଼ିଶାର ରେକର୍ଡ
![Odisha Govt Logo](https://i0.wp.com/odia.mobilenews24x7.com/wp-content/uploads/2023/02/odisha-govt-logo-e1677156294709.jpg?resize=215%2C219&ssl=1)
ଭୁବନେଶ୍ୱର, ୨୩/୦୨/୨୦୨୩ – ବିଶ୍ଵରେ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ରାଜ୍ୟ ରାଜସ୍ୱ ସଂଗ୍ରହରେ ରେକର୍ଡ ସୃଷ୍ଟି କରିଛି । ରାଜ୍ୟରେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୫୦ହଜାର ୬୭୬ ରହିଛି । ୨୦୧୧-୧୨ରୁ ୨୦୨୨-୨୩ ମଧ୍ୟରେ ମୁଣ୍ଡପିଛା ଆୟ ୧୦.୯ପ୍ରତିଶତ ବଢ଼ିଛି । ୨୦୧୯-୨୦ରେ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ହରିୟାଣା, ତାମିଲନାଡୁ ଏବଂ ଗୁଜରାଟ ଭଳି ରାଜ୍ୟକୁ ଘରୋଇ ଉତ୍ପାଦରେ ପଛରେ ପକାଇଛି ଓଡ଼ିଶା ।
୨୦୨୨ରେ ରାଜ୍ୟର ଅଭିବୃଦ୍ଧି ୭.୮ ପ୍ରତିଶତ ରହିଥିଲା । ଚଳିତବର୍ଷ ଏହି ଅଭିବୃଦ୍ଧି ୭.୦ ହେବ ବୋଲି ଆକଳନ କରା ଯାଇଥିଲା । ୨୦୨୩-୨୪ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ରହିବ । ୨୦୨୨-୨୩ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ଦେଇଛନ୍ତି ସରକାର ।