ବାଣିଜ୍ୟ

ରାଜ୍ୟସ୍ତରୀୟ ସମବାୟ ବ୍ୟାଙ୍କିଂ ଓ ଋଣ କର୍ମଶାଳା ଉଦ୍ଘାଟିତ

ଭୁବନେଶ୍ୱର, ୨୩/୦୨/୨୦୨୩ –    ରାଜ୍ୟସ୍ତରୀୟ ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉତ୍ସବରେ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ରହିଛନ୍ତି । କୃଷକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧାରେ ଯୋଗାଇ ଦେଉଛନ୍ତି । ଏହି ସୁଧହୀନ ଋଣ ସୁବିଧା କୃଷିର ବିକାଶରେ ସହାୟକ ହେବ ।

ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଉନ୍ନୟନ ଓ କୃଷି ଉତ୍ପାଦନ କମିଶନର ପ୍ରଦୀପ ଜେନା ।  କୃଷି ଋଣର ୭୫ ପ୍ରତିଶତ ସମବାୟ ବ୍ୟାଙ୍କମାନେ ଯୋଗାଉଛନ୍ତି । ରାଜ୍ୟକୁ କୃଷି କ୍ଷେତ୍ରରେ ଆଗକୁ ନେବା କ୍ଷେତ୍ରରେ ବ୍ୟାଙ୍କମାନେ ଯତ୍ନବାନ ହେବା ଜରୁରୀ ବୋଲି ସେ କହିଥିଲେ ।

ସେହିପରି ଚାଷୀମାନେ ସାହୁକାରଙ୍କଠାରୁ ଋଣ ନନେଇ ସମବାୟ ଋଣ ନେଟୱାର୍କକୁ ଆସିବାକୁ ପଡ଼ିବ । ରାଜ୍ୟର ସମସ୍ତ ମାଇକ୍ରୋ ଏଟିଏମକୁ କାର୍ଯ୍ୟକ୍ଷମ କରାଯିବ । ପ୍ରାଥମିକ କୃଷି ସମବାୟ ସମିତିକୁ ଅଧିକ ପ୍ରଭାବୀ ଓ ବିକଶିତ କରିବା ପାଇଁ ଉନ୍ନତ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ । ପ୍ୟାକ୍ସକୁ କମ୍ପ୍ୟୁଟରୀକରଣ କରାଯିବା ସହିତ ରାଜ୍ୟରେ ୧୨୦୦ ନୂଆ ପ୍ୟାକ୍ସ ଗଠନ କରାଯିବ ବୋଲି ସମବାୟ ବିଭାଗର ପ୍ରମୁଖ ସଚିବ କହିଥିଲେ । ପୂର୍ବରୁ ଗତବର୍ଷ ଅକ୍ଟୋବରରେ କୋର ବ୍ୟାଙ୍କିଂ ପ୍ରକ୍ରିୟାରେ ରାଜ୍ୟର ୨୦୬୩ଟି ପ୍ୟାକ୍ସକୁ ସାମିଲ କରା ଯାଇଥିଲା । ପ୍ୟାକ୍ସ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com