ରାଜନୀତି
ପେପରଲେସ୍ ହେଲା ବିଧାନସଭା

ଭୁବନେଶ୍ୱର : ଏବେଠାରୁ ପେପରଲେସ୍ ହେଲା ବିଧାନସଭା । ଏଣିକି ପେପର ନୁହେଁ ବରଂ ଟ୍ୟାବରେ ପଢିବେ ବିଧାୟକ । ବିଧାନସଭାରେ ସମସ୍ତ ୧୪୭ ବିଧାୟକଙ୍କ ଆସନରେ ଲାଗିଲା ଟ୍ୟାବ୍ । ଏଣିକି ଆଉ ପ୍ରଶ୍ନୋତ୍ତର କିମ୍ବା କୌଣସି ପ୍ରସ୍ତାବ କାଗଜ ଜରିଆରେ କରିବେନି ବିଧାୟକ । ନେଭା ତରଫରୁ ଏହି ବ୍ୟବସ୍ଥା କରାଯାଇଛି ।
କାଲିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ସେଥିପାଇଁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିଛି ସର୍ବଦଳୀୟ ବୈଠକ । ବୈଠକରେ ମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସମେତ ଶାସକ ଦଳ ମୁଖ୍ୟ ସଚେତକ, ବିରୋଧୀ ମୁଖ୍ୟ ସଚେତକ ଓ କଂଗ୍ରେସ ବିଧାୟକ ଦଳ ନେତା ଉପସ୍ଥିତ ଅଛନ୍ତି ।
ଫେବୃଆରୀ ୧୩ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଫେବୃଆରୀ ୧୭ରେ ବଜେଟ ଉପସ୍ଥାପନ ହେବ । ବଜେଟ ଅଧିବେଶନର ପ୍ରଥମ ଦିନରେ ଅଭିଭାଷଣ ରଖିବେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମ ପତି । ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆସିବ ବଜେଟ୍ ।