Featuredଅନ୍ତର୍ଜାତୀୟ
ଜାପାନରେ ଭୟଙ୍କର ଭୂମିକମ୍ପ, ହୋକ୍କାଇଡୁ ସହରକୁ ବଡ ଝଟକା
![](https://i0.wp.com/odia.mobilenews24x7.com/wp-content/uploads/2023/02/earthquake1200-sixteen_nine-sixteen_nine.jpg?resize=780%2C470&ssl=1)
ତୁର୍କୀ ଓ ସିରିୟାରେ ଭୂମିକମ୍ପ ପରେ ଏବେ ଜାପାନରେ ଭୂମିକମ୍ପ ହୋଇଛି । ଜାପାନର ହିକ୍କାଇଡୋ ସହରକୁ ଥରହର କରିଦେଇଛି ଏହି ଭୂମିକମ୍ପ । ଗତକାଲି ସନ୍ଧ୍ୟାରେ ଏହି ଭୂମିକମ୍ପ ଅନୁଭୁତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ବୋଲି କୁହାଯାଇଛି । ଜାପାନ ପାଣିପାଗ ବିଜ୍ଞାନ ଏଜେନ୍ସି ମୁତାବକ ଏହି ଭୂମିକମ୍ପ ସ୍ଥାନୀୟ ସମୟ ରାତି ୧୦.୨୭ ରେ ଅନୁଭୁତ ହୋଇଥିଲା ।
ନ୍ୟାସନାଲ ଜିଓଲୋଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଜଣେ ବେଜ୍ଞାନିକ କହିଛନ୍ତି କି, ଭାରତର ଉତ୍ତରାଖଣ୍ଡ ଉପରେ ଏକ ବଡ ଭୂମିକମ୍ପର ଭୟ ରହିଛି । ହେଲେ ଏହା କେବେ ଆସିବ ତାହା ସ୍ପଷ୍ଟ ହୋଇନାହିଁ । ବୈଜ୍ଞାନିକଙ୍କ କହିବା ମୁତାବକ ବିଶ୍ୱରେ ଏପର୍ଯ୍ୟନ୍ତ ଏଭଳି କୌଣସି ଟେକନୋଲୋଜୀ ନାହିଁ ଯେ କି, ଭୂମିକମ୍ପର ପୂର୍ବାନୁମାନ କରିପାରିବ ।