Breaking NewsFeaturedଜାତୀୟମନୋରଞ୍ଜନ

ଆଉ ନାହାନ୍ତି ଭେଟରାନ ସାଉଥ୍‌ ଫିଲ୍ମ ଆକ୍ଟର ଶରତ ବାବୁ

ସ୍ତବ୍ଧ ହୋଇଗଲା ଇଣ୍ଡଷ୍ଟ୍ରି, ଜଣାଇଲେ ଶୋକ ଶ୍ରଦ୍ଧାଞ୍ଜଳି

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସବୁଦିନ ଲାଗି ଆଖି ବୁଜି ଦେଲେ ସାଉଥ୍‌ ଫିଲ୍ମ ସୁପର୍ ଷ୍ଟାର ଶରତ ବାବୁ। ଦୀର୍ଘଦିନ ଧରି ପ୍ଲାଜ୍‌ମା କ୍ୟାନସରରେ ପୀଡ଼ିତ  ଥିବା ଶରତ ବାବୁ   ୭୧ ବର୍ଷ ବୟସରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ଶରୀର ଏକାଧିକ ଅଙ୍ଗ କାମ କରୁନଥିଲା। ସେ ମାୟେଲୋମା ବା ପ୍ଲାଜମା କ୍ୟାନସରରେ ପୀଡ଼ିତ ଥିଲେ। ଏପ୍ରିଲ ୨୦ ତାରିଖରେ ତାଙ୍କୁ ଗୁରୁତର ଅବସ୍ଥାରେ ଏଆଇଜି ହସ୍‌ପିଟାଲ୍‌କୁ ଅଣାଯାଇଥିଲା ଏବଂ ଭେଣ୍ଟିଲେଟରରେ ରଖାଯାଇଥିଲା।

ଶରତ ବାବୁ ଇଣ୍ଡଷ୍ଟ୍ରିର ବହୁ ନାମୀ ଷ୍ଟାର୍‌ମାନଙ୍କ ସହ ଅଭିନୟ କରିଛନ୍ତି। ରଜନୀକାନ୍ତ, କମଲ ହସନ, ଏନ୍‌ଟିଆର୍, ଚିରଞ୍ଜୀବୀଙ୍କ ଭଳି ଆଗଧାଡ଼ିର ଷ୍ଟାରମାନଙ୍କ ସହ ସେ ଅଭିନୟ କରିଛନ୍ତି। ତେଲଗୁ ଓ ତାମିଲ ଫିଲ୍ମରେ ତାଙ୍କର ରହିଛି ନିଆରା ଅଭିନୟ ଛାପ। ତାଙ୍କ ବିୟୋଗ ଖବର ଜଣାପଡ଼ିବା ପରେ ସାଉଥ୍‌ ଇଣ୍ଡଷ୍ଟ୍ରିର ବହୁ ଷ୍ଟାର ଶୋକ ପ୍ରକାଶ କରିଛନ୍ତି। ସୋସିଆଲ୍ ମିଡିଆରେ ଅନେକ ଜଣାଇଛନ୍ତି ଶୋକ ଶ୍ରଦ୍ଧାଞ୍ଜଳି। ଶରତ ବାବୁ ୧୯୭୩ ମସିହାରେ ତେଲଗୁ ଫିଲ୍ମ ରାମ ରାଜ୍ୟମରେ ଫିଲ୍ମ କ୍ୟାରିୟରର ଡେବ୍ୟୁ କରିଥିଲେ। ଏହାପରେ ତାଙ୍କୁ କେ. ବାଲାଚନ୍ଦରଙ୍କର ପଟ୍ଟିନା ପ୍ରବେଶମରେ ଅଭିନୟ କରିବାକୁ ସୁଯୋଗ ମିଲିଥିଲା। ତାମିଲ ଫିଲ୍ମ ନିଝାଲଗଲ ନିଜାମଗିରାନ୍ଧୁରେ ତାଙ୍କୁ ଖୁବ୍‌ ସୁନାମ ମିଳିଥିଲା। ଏଥିରେ ସେ କମଲ ହସନଙ୍କ ସହ ଅଭିନୟ କରିଥିଲେ। ସେହିପରି ରଜନୀକାନ୍ତଙ୍କ ସହ ଆନ୍ନାମଲାଇ ଓ ମୁଥୁରେ ଅଭିନୟ କରିଥିଲେ।

ଅନ୍ୟ ଫିଲ୍ମ ମଧ୍ୟରେ ମାଲାୟଲମରେ ସରପଞ୍ଚରମ, କନଡ଼ ଫିଲ୍ମ ରଣଚଣ୍ଡୀ ଓ ଅତ ବର୍ଶିନୀରେ ମଧ୍ୟ ଶରତ ବାବୁ ବଳିଷ୍ଠ ଅଭିନୟ କରିଛନ୍ତି। ଶେଷଥର  ତାଙ୍କୁ ତାମିଲ ଫିଲ୍ମ ବସନ୍ତ ମୁଲ୍ଲାଇରେ ଦେଖିବାକୁ ମିଳିଥିଲା।  ତାଙ୍କ ବିୟୋଗରେ ଟ୍ବିଟ୍‌ କରି ଗଭୀର ଶୋକ ପ୍ରକାଶ କରିଛନ୍ତି ଅନ୍ୟତମ ସୁପର୍‌ଷ୍ଟାର୍‌ କମଲ୍‌ ହାସନ। ସେହିପରି ସୋସିଆଲ୍‌ ସାଇଟ୍‌ରେ ଅନେକ ଶୋକ ଶ୍ରଦ୍ଧାଞ୍ଜଳି ପୋଷ୍ଟ୍‌ ଦେଖିବାକୁ ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com