ମନୋରଞ୍ଜନ
ରଶ୍ମିକା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଦ ଗାର୍ଲଫ୍ରେଣ୍ଡ’ର ସୁଟିଂରେ ବ୍ୟସ୍ତ

ରଶ୍ମିକା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଦ ଗାର୍ଲଫ୍ରେଣ୍ଡ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେ ଆସନ୍ତା ୨୦ ଦିନ ପର୍ଯ୍ୟନ୍ତ ହାଇଦ୍ରାବାଦରେ ଏହାର ସୁଟିଂ କରିବେ। ଏହା ରଶ୍ମିକାଙ୍କ ସାତ ବର୍ଷର କ୍ୟାରିୟରର ୨୪ତମ ଫିଲ୍ମ ହେବ।
ରାହୁଲ ରବୀନ୍ଦ୍ରନ୍ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି। ଅଲ୍ଲୁ ଅରବିନ୍ଦଙ୍କ ଗୀତା ଆର୍ଟସ୍ ଏହାର ନିର୍ମାଣ ଦାୟିତ୍ବରେ ଅଛନ୍ତି। ନିକଟରେ ରଶ୍ମିକା ‘ଦ ଗାର୍ଲଫ୍ରେଣ୍ଡ’ ଫିଲ୍ମର ତାଙ୍କର ଫାଷ୍ଟଲୁକ୍ ସେୟାର୍ କରିଥିଲେ। ଏହାବାଦ୍ ରଶ୍ମିକା ‘ରେନ୍ବୋ’, ‘ଡି ୫୧’, ‘ପୁଷ୍ପା: ଦ ରୁଲ୍’ ଆଦି ଫିଲ୍ମଗୁଡ଼ିକରେ ମଧ୍ୟ ଅଭିନୟ କରୁଛନ୍ତି।