Featuredଜାତୀୟରାଜନୀତି

‘ବିଦେଶରେ ନିଜ ଦେଶକୁ ବଦନାମ କରୁଛନ୍ତି ରାହୁଲ’: ଶିବରାଜ ସିଂ

ପେଗାସସକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଦେଇଥିବା ମନ୍ତବ୍ୟ ଉପରେ କଡା ଟିପ୍ପଣୀ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ । ପେଗାସସ୍ ପ୍ରକୃତରେ ଫୋନରେ ନୁହେଁ ରାହୁଲଙ୍କ ମୁଣ୍ଡରେ ଭରି ରହିଛି ବୋଲି କହିଛନ୍ତି ଶିବରାଜ ସିଂ ।

ଏହାସହ ଶିବରାଜ କହିଛନ୍ତି ଯେ, ‘ପେଗାସସ୍ କଂଗ୍ରେସର ଡିଏନଏରେ ପ୍ରବେଶ କରିସାରିଛି । ତେଣୁ ମୋତେ ରାହୁଲ ଗାନ୍ଧୀଙ୍କ ବୁଦ୍ଧି ଉପରେ ଦୟା ଆସୁଛି । ସବୁଠୁ କ୍ଷୋଭର ବିଷୟ ହେଉଛି ରାହୁଲ ବିଦେଶ ଯାଉଛନ୍ତି ଏବଂ ସେଠାରେ ନିଜ ଦେଶ ବିରୋଧରେ ଅବାନ୍ତର କଥା କହୁଛନ୍ତି । ବିଦେଶରେ ନିଜ ମାଟି ମା’କୁ ବଦନାମ କରିବା କଂଗ୍ରେସରନୂଆ ନୀତି । ବିଦେଶରେ ଦେଶ ବିରୋଧୀ ଆଲୋଚନା କରିବା ଦେଶଦ୍ରୋହୀ କାମ । ଏଥିପାଇଁ ଦେଶବାସୀ ରାହୁଲଙ୍କୁ କେବେବି କ୍ଷମା କରିବେ ନାହିଁ’ ।

Related Articles

Back to top button
WP Twitter Auto Publish Powered By : XYZScripts.com