Featuredଓଡ଼ିଶା

୨୦ ମହଲାରୁ ଖସି OYO ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା ମୃତ, ୩ ଦିନ ପୂର୍ବରୁ ବିବାହ କରିଥିଲେ ରିତେଶ

ଭୁବନେଶ୍ୱର: ଦେଶରେ ଶସ୍ତା ହୋଟେଲ ରୁମ ସେବା ଯୋଗାଉଥିବା କମ୍ପାନୀ ଓୟୋ ରୁମର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା ରମେଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି। ସୂଚନାନୁସାରେ, ସେ ଗୁରୁଗ୍ରାମର ଉଚ୍ଚ ଅଟ୍ଟାଳିକା ତଳେ ପଡ଼ିଯାଇଥିଲେ, ଯେଉଁ କାରଣରୁ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ରିତେଶ ଅଗ୍ରୱାଲ ୩ ଦିନ ପୂର୍ବରୁ ବିବାହ କରିଥିଲେ ।

୨୦ ତମ ମହଲାରୁ ଖସିଯିବା ପରେ ରମେଶ ଅଗ୍ରୱାଲଙ୍କର ମୃତ୍ୟୁ ହୋଇଥିଲା। ସେ ତାଙ୍କ ପତ୍ନୀଙ୍କ ସହ ଏହି ଆପାର୍ଟମେଣ୍ଟରେ ରହୁଥିଲେ। ରିତେଶ ଅଗ୍ରୱାଲ ଏବଂ ତାଙ୍କ ପତ୍ନୀ ଦୁହେଁ ଅଲଗା ରୁହନ୍ତି।

ସୂଚନା ଅନୁଯାୟୀ, ରାତି ପ୍ରାୟ ୧ ଟା ସମୟରେ ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମର ୨୦ ତମ ମହଲାରୁ ଖସିଯିବା ପରେ ମୃତ୍ୟୁ ଘଟିଥିଲା। ଘରର ବାଲକୋନିରୁ ଖସି ପଡ଼ିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଘରର ବାଲକୋନିରୁ ରମେଶ ଖସିପଡିଥିବା ବେଳେ ପରିବାର ସଦସ୍ୟ ଉପସ୍ଥିତ ଥିଲେ।

Related Articles

Back to top button