ବାଣିଜ୍ୟ
ଆମେରିକାର ସିଲିକନ୍ ଭେଲିରେ ପଡିଲା ତାଲା
![](https://i0.wp.com/odia.mobilenews24x7.com/wp-content/uploads/2023/03/download.jpg?resize=275%2C183&ssl=1)
ଆମେରିକୀୟ ରେଗୁଲେଟର୍ସ ତରଫରୁ ଦେଶରେ ସର୍ବ ବୃହତ ବ୍ୟାଙ୍କ ତାଲିକାରେ ଥିବା ସିଲିକନ ଭେଲିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଫେଡରାଲ ଡିପୋଜିଟ ଇନସୁରାନ୍ସ କର୍ପୋରେସନକୁ ଏହି ବ୍ୟାଙ୍କର ରିସିଭର ଭାବେ ନିଯୁକ୍ତ କରାଯାଇଛି । ବ୍ୟାଙ୍କର ଜମା ଓ ଗ୍ରାହକଙ୍କ ଟଙ୍କାର ସୁରକ୍ଷା ଦାୟୀତ୍ୱ ଫେଡରାଲ ଡିପୋଜିଟ ଇନସୁରାନ୍ସ କର୍ପୋରେସନକୁ ଦେଇଛନ୍ତି ବ୍ୟାଙ୍କ ରେଗୁଲେଟୋରୀ । ଏହା ପୂର୍ବରୁ ପ୍ରି ମାର୍କେଟ ଟ୍ରେଣ୍ଡିଂରେ ବ୍ୟାଙ୍କର ସେୟାର ୬୬ ପ୍ରତିଶତ ପର୍ଯ୍ୟନ୍ତ ତଳକୁ ଖସି ଆସିଥିଲା । ଏହାପରେ ସିଲିକନ ଭେଲିର ସେୟାର ବ୍ୟବସାୟକୁ ବନ୍ଦ କରାଯାଇଥିଲା ।
ପାଖା ପାଖି ଅଢେଇବର୍ଷ ପରେ ଦ୍ୱିତୀୟ ଥର ପାଇଁ ଫେଡରାଲ ଡିପୋଜିଟ ଇନସୁରାନ୍ସ କର୍ପୋରେସନ ଦ୍ୱାରା ବୀମା କରାଯାଇଥିବା ଏକ ବ୍ୟାଙ୍କ ବନ୍ଦ ହୋଇଛି ।