Featuredଅନ୍ତର୍ଜାତୀୟ

୧୪ରୁ ୧୮ବର୍ଷର ପିଲା ପର୍ଣ୍ଣ ଭିଡିଓ ପ୍ରତି ଆଡିକ୍ଟେଡ୍‌

୧୪ରୁ ୧୮ବର୍ଷ ବୟସର ପିଲାଙ୍କ ମଧ୍ୟରେ ବଢୁଛି ପର୍ଣ୍ଣ ଭିଡିଓ ନିଶା। ଯୁକ୍ତରାଷ୍ଟ୍ର ଆମେରିକାରେ ହୋଇଥିବା ଏକ ସର୍ଭେରୁ ଏହା ଜଣା ପଡିଛି।  ଗାଡିଏନ୍ ଫ୍ରାଇଡେମେରେ ମାର୍ଚ୍ଚ ୧୦ରେ ଏକ ରିପୋର୍ଟ ଆସିଛି । ଯୌନ ଶୋଷଣ ମାମଲାକୁ ନେଇ ଏକ ରିସର୍ଚ୍ଚ ସମୟରେ ୪ହଜାର ଶିକ୍ଷାର୍ଥୀଙ୍କୁ ନେଇ ସର୍ଭେ ହୋଇଥିଲା। ଯେଉଁଥରେ ଜଣାପଡିଥିଲା ୨୨ଭାଗ ପିଲା ପର୍ଣ୍ଣ ପ୍ରତି ଆଡିକ୍ଟେଡ୍ ।

ଡିଷ୍ଟିଫାଏର ଚିଫ୍ ଏକ୍‌ଜୁକେଟିଭ୍ ଅଫିସର ହେଲେନ୍ ରୋବର୍ଟଙ୍କ କହିବା ଅନୁଯାୟୀ,
ଯୌନ ଶୋଷଣର ଘଟିବା ପଛରେ କମ୍ ବୟସର ପିଲାଙ୍କ ପର୍ଣ୍ଣ ଭିଡିଓ ଦେଖିବା
ଏକ କାରଣ ହୋଇପାରେ। ଯୁକ୍ତରାଷ୍ଟ୍ର ଆମେରିକାରେ, ଅନଲାଇନ୍ ଶିକ୍ଷା ପାଇଁ ପିଲା
ମାନେ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର କରୁଛନ୍ତି। ଏହାଦ୍ବାରା ପର୍ଣ୍ଣ ଭିଡିଓ ତାଙ୍କ
ପାଖକୁ ସହଜରେ ପହଞ୍ଚି ପାରୁଛି। ଏଥୁରୁ କେମିତି ପିଲାଙ୍କୁ ଦୂରେଇ
ରଖି ହେବ ସେନେଇ ସ୍କୁଲ୍ ପକ୍ଷରୁ ଚିନ୍ତା କରାଯାଉଛି ବୋଲି କହିଛନ୍ତି ସ୍କୁଲର ଶିକ୍ଷକ
ଶିକ୍ଷୟିତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com