Breaking NewsFeaturedଶିକ୍ଷା

ଚାକିରୀ ଓ ଶିକ୍ଷାନୁଷ୍ଠାନରେ ୭୫ପ୍ରତିଶତ ସଂରକ୍ଷଣ ଦେଲେ ବିହାର ସରକାର

ବିହାର ରାଜନୀତିରେ ଯୋଡି ହେଲା ନୂଆ ଅଧ୍ୟାୟ । ବିବାଦ ଭିତରେ ଆସିଲା ଐତିହାସିକ ରାୟ । ପ୍ରଥମେ ଜାତିଗତ ଜନଗଣନା ଆଉ ଏବେ ଆରକ୍ଷଣ ବିଲ ପାସ କରି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିହାର ବିଧାନସଭାରେ ପାରିତ ହେଲା ୭୫ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ । ଏନେଇ ପ୍ରଥମେ ଗୃହରେ ଆଗତ କରାଯାଇଥିଲା । ପରେ ସମସ୍ତ ପକ୍ଷର ସର୍ବସମ୍ମତି ପରେ ଏହି ବିଲ ପାରିତ ହୋଇଛି । ଏହି ବିଲ୍ ମୁତାବକ ବିହାରରେ ବର୍ତ୍ତମାନ ରାଜ୍ୟର ଖାଲିଥିବା ପଦବୀରେ ଅନୁସୂଚିତ ଜାତିକୁ ୨୦ ପ୍ରତିଶତ, ଅନୁସୂଚିତ ଜନଜାତି ୨ପ୍ରତିଶତ, ପଛୁଆ ବର୍ଗଙ୍କୁ ୧୮ ପ୍ରତିଶତ ଏବଂ ଅତ୍ୟଧିକ ପଛୁଆ ବର୍ଗଙ୍କୁ ୨୫ ପ୍ରତିଶତ ସଂରକ୍ଷଣ ମିଳିବ। ଏହି ସଂରକ୍ଷଣ ସମୁଦାୟ ୬୫ ପ୍ରତିଶତ। ତେବେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗର ଲୋକଙ୍କ ପାଇଁ ପୂର୍ବରୁ ୧୦ ପ୍ରତିଶତ ସଂରକ୍ଷଣ ପୂର୍ବରୁ ପ୍ରଯୁଜ୍ୟ ରହିଛି। ମୋଟାମୋଟି ଭାବେ, ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂରକ୍ଷଣର ପରିସର ବର୍ତ୍ତମାନ ୭୫ ପ୍ରତିଶତ ରହିବ।

ଏଠାରେ କହିରଖୁଛୁ ଯେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଆପତି ଜନକ ମନ୍ତବ୍ୟ ଦେଇ ସମାଲୋଚିତ ହୋଇଥିଲେ ନୀତୀଶ । ଯାହାକୁ ନେଇ ସାରା ଦେଶରେ କରାଯାଇଥିଲା ବିରୋଧ । ଏପରିକି ବିଦେଶରୁ ମଧ୍ୟ ଏହାକୁ ନିନ୍ଦା କରାଯାଇଥିଲା । ଏହାପରେ କ୍ଷମା ମାଗିଥିଲେ ନୀତୀଶ କୁମାର ।

Related Articles

Back to top button
WP Twitter Auto Publish Powered By : XYZScripts.com