Featuredଅନ୍ତର୍ଜାତୀୟରାଜନୀତି

ପାକିସ୍ତାନର ନୂତନ ଆର୍ମି ଚିଫ୍‌ ହେବେ ସୟଦ ଆସିମ ମୁନିର

ପାକିସ୍ତାନର ନୂତନ ଆର୍ମି ଚିଫ୍‌ ହେବେ ସୟଦ ଆସିମ ମୁନିର । ନୂତନ ସେନା ମୁଖ୍ୟଙ୍କ ନାମ ଘୋଷଣା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଏଥିସହ ପାକିସ୍ତାନର ସେନା ମୁଖ୍ୟ କିଏ ହେବ ତାହାର ଅନ୍ତ ଘଟିଛି । ଦୀର୍ଘଦିନ ଧରି ପାକିସ୍ତାନର ସେନାମୁଖ୍ୟଙ୍କୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । ସେନା ମୁଖ୍ୟ କମର ବାଜୱାଙ୍କ ସ୍ଥାନ ନେଇଛନ୍ତି ସୟଦ ଆସିମ ମୁନିର । ଆଇନ୍ ଓ ସମ୍ବିଧାନ ଅନୁଯାୟୀ ଲେଫନାଣ୍ଟ ଜେନେରାଲ ଆସୀମ ମୁନିରଙ୍କୁ ସ୍ଥଳ ସେନା ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ପାକିସ୍ତାନର ସରକାରଙ୍କ ମନ୍ତ୍ରୀ ମରିୟମ ଏସମ୍ପର୍କରେ ସୂଚନା ଦେଇଛନ୍ତି ।
ମରିୟମ ଔରଙ୍ଗଜେବଙ୍କ ସୂଚନା ଅନୁସାରେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଜେନେରାଲ ସାହିର ଶ୍ୟାମଶାଦ ମିର୍ଜାଙ୍କୁ ଯୁଗ୍ମ ମୁଖ୍ୟ କମିଟିର ଅଧ୍ୟକ୍ଷ ଏବଂ ଲେଫ୍ଟନାଣ୍ଟ ଜେନେରାଲ ସୟଦ୍‌ ଆସିମ ମୁନିରଙ୍କୁ ସେନା ମୁଖ୍ୟ ଭାବେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ।ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲ୍ଲି ଏହି ଦୁଇ ନିଯୁକ୍ତି ଉପରେ ଅନ୍ତିମ ମୋହର ଲଗାଇବେ । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି, ଏହି ନିଯୁକ୍ତି ଆଇନ ଏବଂ ସମ୍ବିଧାନ ଅନୁଯାୟୀ କରାଯାଇଛି । ଏନେଇ ଦେଶରେ ରାଜନୀତି ନେହେଉ ବୋଲି ମଧ୍ୟ ସେ ଅପିଲ୍ କରିଛନ୍ତି । କେବଳ ଏତିକି ନୁହେଁ ରାଷ୍ଟ୍ରପତି ଆରିଫ ଅଲ୍ଲି ମଧ୍ୟ ଏହି ନିଯୁକ୍ତିକୁ ବିବାଦୀୟ କରିବେ ନାହିଁ ଏବଂ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ସମର୍ଥନ କରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com