ଓଡ଼ିଶା

ବାଣ ବିସ୍ଫୋରଣରେ ଶିଶୁ ମୃତ

କୋରେଇ, ୨୫/୧୦/୨୦୨୨ –  ଯାଜପୁର ଜିଲ୍ଲା କୋରେଇ ଥାନା ଚାରଦା ଗ୍ରାମରେ ବାଣ ଫୁଟାଇବା ସମୟରେ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିବା ଶିଶୁର ମୃତ୍ୟୁ ହୋଇଛି । ଗ୍ରାମର ରାଜୁ ମଲିକ ଦୀପାବଳି ଅବସରରେ ବାଣ କିଣି ଘରକୁ ଆଣିବା ସହ ଛୋଟ ପୁଅର ଭୟରେ ଖଟ ତଳେ ଲୁଚାଇ ରଖିଥିଲେ । ୪ ବର୍ଷର ପୁଅ କୁନା ମଲିକ ତାହାକୁ ଦେଖି ପାରି ସମସ୍ତେ ଦୀପାବଳି ବାଣ ଫୁଟାରେ ବ୍ୟସ୍ତ ଥିବା ବେଳେ ସେ ଏକ ବମକୁ ନେଇ ନିଆଁ ସଂଯୋଗ କରି ଦେଇଥିଲା ।

ଫଳରେ କୁନାର ହାତରେ ବାଣଟି ଫୁଟିଯାଇଥିବା ବେଳେ ହୃତପିଣ୍ଡ ପଦାକୁ ଆସି ଯାଇଥିଲା । ତାକୁ ସାଙ୍ଗେ ସାଙ୍ଗେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ସ୍ଥାନାନ୍ତରଣ କରାଯାଇଥିଲ । ବିଳମ୍ବିତ ରାତିରେ କଟକ ଆଣିବା ବାଟରେ ହିଁ ଶିଶୁର ମୃତ୍ୟୁ ହୋଇଯାଇଛି । ଏନେଇ ଚାରଦା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com