ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ସହ ୬ ସହଯୋଗୀ ଗିରଫ
![Amritpal Singh](https://i0.wp.com/odia.mobilenews24x7.com/wp-content/uploads/2023/03/Amritpal-Singh-e1679147864303.png?resize=780%2C470&ssl=1)
ଭୁବନେଶ୍ୱର, ୧୮/୦୩/୨୦୨୩ – ଖଲିସ୍ତାନୀ ସମର୍ଥକ ତଥା ବାରିସ ପଞ୍ଜାବ ଦେର ମୁଖ୍ୟ ଅମୃତପାଲ ସିଂ ସହ ୬ ସହଯୋଗୀ ଗିରଫ । ଏମାନଙ୍କୁ ଗିରଫ କରିବା ପାଇଁ ପଞ୍ଜାବ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ପ୍ରଥମେ ଅମୃତପାଲର ସହଯୋଗୀମାନଙ୍କୁ ଗିରଫ କରିବାପରେ ତାଙ୍କୁ ଜଳନ୍ଧରର ମେହତପୁର ଥାନାରେ ଅଟକ ରଖା ଯାଇଥିଲା । ସେମାନଙ୍କଠାରୁ ସୂଚନା ପାଇ ଅମୃତପାଲକୁ ପିଛା କରିଥିଲା ପୋଲିସ ।
ଏଥିପାଇଁ ପଞ୍ଜାବ ପୋଲିସ ୧୦୦ଟି ଗାଡିରେ ବଛାବଛା ଅଫିସରଙ୍କୁ ନେଇ ଅପରେସନ ଆରମ୍ଭ କରିଥିଲା । ଶେଷରେ ଅମୃତପାଲକୁ ଜଲୁପୁର ଖେରା ଗ୍ରାମରୁ ପୋହିସ ଗିରଫ କରିଥିଲା । ତେବେ ଏସମସ୍ତ ଖଲିସ୍ତାନୀ ସମର୍ଥକଙ୍କୁ ଗିରଫ କରିବା ପରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି । ସଙ୍ଗରୁର ଓ ବରନାଲା ଜିଲ୍ଲାରେ ଇଣ୍ଟରନେଟ ସେବା ସଂପୁର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ସାରା ରାଜ୍ୟରେ ରବିବାର ଦିନ ୧୨ଟା ଯାଏ ଇଣ୍ଟରନେଟ ବନ୍ଦ କରାଯାଇଛି । ସେହିଭଳି ଅମୃତସର-ଜଳନ୍ଧର ରାଜପଥରେ ମଧ୍ୟ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସଂଗରୁର ହେଉଛି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ସିଂ ମାନଙ୍କ ଜିଲ୍ଲା ।