କ୍ରୀଡ଼ା

ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି ଚେତନ ଶର୍ମା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି ଚେତନ ଶର୍ମା । ଷ୍ଟିଙ୍ଗ ଅପରେସନ ବିବାଦ ପରେ ପଦ ଛାଡ଼ିଲେ ଚେତନ । ବିସିସିଆଇ ସମ୍ପାଦକଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଛନ୍ତି । ବିସିସିଆଇ ସମ୍ପାଦକ ତାଙ୍କ ଇସ୍ତଫା ଗ୍ରହଣ କରିଥିବା ଜଣାପଡ଼ିଛି ।

ଏକ ଘରୋଇ ଟିଭି ଚ୍ୟାନେଲର ଷ୍ଟିଙ୍ଗ୍ ଅପରସନରେ ଭାରତୀୟ କ୍ରିକେଟ ଟିମ୍ ବିଷୟରେ ବିବାଦୀୟ ଟିପ୍ପଣୀ ରଖିଥିଲେ ଚେତନ । ଫିଟନେସ ପାଇଁ ଖେଳାଳିମାନେ ଇଞ୍ଜେକସନ ନେଉଥିବା ଚେତନ ଶର୍ମା କହିଥିଲେ । ଏହା ସହ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଥିବା ବିବାଦକୁ ନେଇ ବି ଚାଞ୍ଚଲ୍ୟକର ଖୁଲାସା କରିଥିଲେ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ।

Related Articles

Back to top button
WP Twitter Auto Publish Powered By : XYZScripts.com