ଅନ୍ତର୍ଜାତୀୟ

ୟୁକ୍ରେନର ମାରିୟୁପୋଲ ସହର ଛାରଖାର୍, ୫୦୦୦ ମୃତ, ପାର୍କ ଓ ସ୍କୁଲ୍ ପାଲଟିଛି କବରସ୍ଥଳୀ

କିଭ୍: ସମୟ ଗଡିବା ସହିତ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆହୁରି ଭୟଙ୍କର ହୋଇପଡ଼ିଛି | ରୁଷ କ୍ରମାଗତ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି ଏବଂ ୟୁକ୍ରେନର ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି। ମାରିୟୁପୋଲ ସହରରେ ସ୍ଥିତି ସବୁଠାରୁ ଖରାପ ହୋଇଛି | ରୁଷର ଲଗାତାର ବୋମା ଓ ରକେଟ୍ ମାଡ଼ରେ ମାରିୟୁପୋଲ ସହର ଛାରଖାର ହୋଇଯାଇଛି । ଏଯାବତ୍ ପ୍ରାୟ ୫୦୦୦ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଚାରିଆଡ଼େ କେବଳ ଧ୍ବଂସର ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି । ଶବଗୁଡିକୁ ଶ୍ମଶାନକୁ ନେବା ପରିବର୍ତ୍ତେ ପାର୍କ ଏବଂ ସ୍କୁଲରେ କବର ଦେବାକୁ ପଡ଼ୁଛି । ସହରରେ ଚାରିଆଡ଼େ ଅନେକ ମୃତ ଦେହ ପଡ଼ି ରହିଥିବାର ଦେଖିବାକୁ ମିଳିଛି | ଏହି ସହର ଏତେ ମାତ୍ରାରେ ଧ୍ବଂସ ହୋଇଛି ଯେ ଏହାକୁ ସିରିଆର ଆଲେପ୍ପୋ ସହର ସହିତ ତୁଳନା କରାଯିବା ଆରମ୍ଭ ହୋଇଛି |

ରିପୋର୍ଟ ଅନୁଯାୟୀ, ମାରିୟୁପୋଲରେ ଯୋଗାଯୋଗ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଯେଉଁମାନେ ବଙ୍କରରେ ଆଶ୍ରୟ ନେଇଛନ୍ତି, ସେମାନଙ୍କ ପାଖରେ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବ ଦେଖା ଦେଇଛି । କିଛି ଲୋକ ଖାଦ୍ୟ ଆଣିବାକୁ ଯାଇ ଆଉ ଫେରି ନାହାନ୍ତି | ଲୋକ ଭୟରେ ଏବଂ ବିନା ଖାଦ୍ୟ ଦିନ କାଟୁଛନ୍ତି । ୟୁକ୍ରେନର ଅନ୍ୟ ଅଞ୍ଚଳ ଏବଂ ବିଶ୍ଵରୁ ସହରଟି ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି | କେବଳ ସୋସିଆଲ ମିଡିଆ ମାଧ୍ୟମରେ ପ୍ରିୟଜନଙ୍କ ଟିକେ ଖବର କରିପାରୁଛନ୍ତି ଲୋକେ ।

ଅନ୍ୟପକ୍ଷରେ ୟୁକ୍ରେନର କିଛି ଲୋକ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି କହିଛନ୍ତି ଯେ ମରିୟୁପୋଲରୁ ଲୋକ ଯେକୌଣସି ମତେ ସହର ତଥା ଦେଶ ଛାଡି ଅନ୍ୟ ଦେଶକୁ ପଳାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ରୁଷ ସେନା ସେମାନଙ୍କ ଠାରୁ ପାସପୋର୍ଟ ଛଡ଼ାଇ ନେଉଛନ୍ତି ଏବଂ ଜବରଦସ୍ତି ରୁଷ ସୀମାକୁ ପଠାଇ ଦେଉଛନ୍ତି। ଏହିପରି ପ୍ରାୟ ୩,୦୦୦ ୦ ହଜାର ଲୋକଙ୍କୁ ରୁଷକୁ ପଠାଯାଇଛି ବୋଲି କୁହାଯାଇଛି ‌।

Related Articles

Back to top button
WP Twitter Auto Publish Powered By : XYZScripts.com