Featuredଅନ୍ତର୍ଜାତୀୟ

ତାଳି ମାରିଲେ ହେଉଛି ଜେଲ୍

କେବଳ ନାମକୁ ମାତ୍ର ସ୍ୱାଧୀନତା ପାଇଛନ୍ତି ଚୀନ୍ ବାସିନ୍ଦା । ରାଷ୍ଟ୍ରୀୟ ସୁରକ୍ଷା ଆଇନର ବାହାନାରେ ଲୋକଙ୍କ ଉପରେ ଅତ୍ୟାଚାର କରୁଛି ଚୀନ୍ ସରକାର । ଏହାର ଏକ ନିଚ୍ଛକ ଛବି ଦେଖିବାକୁ ମିଳିଛି ହଙ୍ଗକଙ୍ଗ ସହରରେ । ଗୁରୁବାର ଚୀନର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଶୁଣାଣୀ ସମୟରେ ଉପସ୍ଥିତ ନାଗରିକ ତାଳିମାରିବା ସହ ନ୍ୟାୟାଧିଶଙ୍କ ବାବଦରେ ଆଲୋଚନା କରିବାରୁ ସେମାନଙ୍କ ବିରୋଧରେ ଦେଶଦ୍ରୋହ ଦଫା ଲାଗିଯାଇଛି ।ଯେଉଁ ଦୁଇ ବ୍ୟକ୍ତିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାଏର ହୋଇ ସେମାନଙ୍କୁ ଜେଲ ପଠାଯାଇଛି ସେମାନଙ୍କ ବିରୋଧରେ ଚୀନ୍ ସରକାର ଏକାଧିକ ଅପରାଧିକ ମାମଲା ଲଗାଇଛନ୍ତି । ତିୟାନମେନ୍ ଚୌକ୍ ନରସଂହାରର  ବାର୍ଷିକୀ ପାଳନ କରିବାକୁ ବିରୋଧ କରିବା ସତ୍ତେ୍ୱ ଏମାନେ ନରସଂହାରର ବାର୍ଷିକୀ ପାଳନ କରିଥିଲେ । ଏହି ଘଟଣାରେ ସେମାନଙ୍କୁ ଗିରଫ କରାଯାଇଥିଲା । କେବଳ ଏତିକି ନୁହେଁ ଅନ୍ୟ ଲୋକଙ୍କୁ ସରକାରଙ୍କ ବିରୋଧରେ ଉସକାଇବା ଅଭିଯୋଗ ମଧ୍ୟ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com