Featuredଜାତୀୟମନୋରଞ୍ଜନ

ଚଳଚ୍ଚିତ୍ରର ନିର୍ଦେଶକ ପ୍ରଦୀପ ସରକାରଙ୍କ ଦେହାନ୍ତ

ଚଳଚ୍ଚିତ୍ର ନିର୍ଦେଶକ ୬୮ ବର୍ଷିୟ ପ୍ରଦୀପ ସରକାରଙ୍କ ଦେହାନ୍ତ ହୋଇଯାଇଛି । ‘ପରିଣୀତା’, ‘ଲଗା ଚୁନରି ମୈଁ ଦାଗ୍‌’, ‘ମର୍ଦାନି’ ଏବଂ ‘ହେଲିକପ୍ଟର୍‌ ଏଲା’ ଭଳି ଚଳଚ୍ଚିତ୍ରର ନିର୍ଦେଶନା ଦେଇ ସେ ଲୋକପ୍ରିୟ ହୋଇ ପାରିଥିଲେ।

‘ଡାଏଲିସିସ୍‌’ରେ ଥିବା ପ୍ରଦୀପ ସରକାରଙ୍କ ‘ପଟାସିୟମ୍‌’ ସ୍ତର ଖୁବ୍‌ ନିମ୍ନ ସ୍ତରକୁ ଚାଲିଆସିଥିଲା। ରାତି ୩ଟା ବେଳେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ହିଁ ତାଙ୍କର ମୃତ୍ୟୁ ଘଟିଲା।

ବିଜ୍ଞାପନ ଚଳଚ୍ଚିତ୍ର କ୍ଷେତ୍ରରେ ତାଙ୍କର ଖୁବ୍‌ ସୁନାମ ଥିଲା। ୧୯୯୦ ଦଶକ ଏବଂ ୨୦୦୦ ପ୍ରାରମ୍ଭ ମଧ୍ୟରେ ସେ ‘ୟୁଫେରିୟା’ର ‘ଧୁମ୍‌ ପିଚ୍‌କା ଧୁମ୍’ ଓ ‘ମାୟେରି’ ଏବଂ ଶୁଭା ମୁଦ୍‌ଗଲ୍‌ଙ୍କ ‘ଅବ୍‌ କ‌ ସାୱନ୍‌’ ଆଦି ଅନେକ ଭିଡିଓ ଗୀତ ମଧ୍ୟ ସୁଟିଙ୍ଗ୍‌ କରାଇଥିଲେ।

ରାଜକୁମାର ହିରାନିଙ୍କ ସହିତ ମିଶି ସେ ଚଳଚ୍ଚିତ୍ର କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରି ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ର ସହ-ସମ୍ପାଦନା କରିଥିଲେ। ତାଙ୍କ ନିର୍ଦେଶିତ ପ୍ରଥମ ଚଳଚ୍ଚିତ୍ର ହେଉଛି ବିଦ୍ୟା ବଲାନ୍‌, ସୈଫ୍‌ ଅଲି ଖାଁ ଏବଂ ସଞ୍ଜୟ ଦତ୍ତଙ୍କ ଅଭିନିତ ‘ପରିଣୀତା’। ତାଙ୍କ ମୃତ୍ୟୁ ଖବର ଶୁଣି ନିର୍ଦେଶକ ହଂସଲ୍‌ ମେହେଟ୍ଟା, ଅଭିନେତା ଅଜୟ ଦେବଗନ ଏବଂ ମନୋଜ ବାଜପାୟୀ ଶୋକ ପ୍ରକାଶ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com