Featuredଜାତୀୟ

ଇଣ୍ଟରକାଷ୍ଟ ବିବାହ କଲେ ମିଳିବ ୧୦ ଲକ୍ଷ ଟଙ୍କା

ଅନ୍ୟ ଜାତିରେ ବିବାହକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ରାଜସ୍ଥାନର ଗେହଲଟ ସରକାର।  ଗେହଲଟ ଇଣ୍ଟରକାଷ୍ଟ ମ୍ୟାରେଜ୍ ବିବାହରେ ମିଳୁଥିବା ପ୍ରୋତ୍ସାହନ ରାଶିକୁ ବଢ଼ାଇବାକୁ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ଏହି ରାଶିକୁ ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟରେ ଡା. ସବିତା ବେନ୍ ଆମ୍ବେଦକର ଯୋଜନାର ଅନୁଯାୟୀ ଅନ୍ୟଜାତିରେ ବିବାହ ଉପରେ ପ୍ରୋତ୍ସାହନ ରାଶି ଦିଆଯାଇଥାଏ ।

ଏହି ଯୋଜନା ସରକାରଙ୍କ ସାମାଜିକ ନ୍ୟାୟ ଏବଂ ଅଧିକାର ବିଭାଗ ଦ୍ବାରା କାର୍ଯ୍ୟକ୍ଷମ। ସରକାରଙ୍କ ତରଫରୁ ଏହି ଅର୍ଥ ୫ ଲକ୍ଷ ଟଙ୍କା ୮ ବର୍ଷ ପାଇଁ ଫିକ୍ସଡ ଡିପୋଜିଟ୍ କରାଯିବ ଏବଂ ବଳକା ଅର୍ଥ ଉଭୟଙ୍କ ବ୍ୟାଙ୍କ୍ ଖାତାରେ ଜମା କରାଯିବ। ୨୦୨୩-୨୪ ବଜେଟ୍‌ରେ ଏନେଇ ଘୋଷଣା କରିଥିଲେ ସିଏମ ଗେହଲଟ ସେହିଭଳି ଏହି ଯୋଜନା ସେମାନଙ୍କୁ ଲାଭ ମିଳିବ ଯେଉଁମାନଙ୍କର ବୟସ ୩୫ ବର୍ଷରୁ କମ୍ ହୋଇଥିବ ।

Related Articles

Back to top button