ସ୍ୱର୍ଣ୍ଣ ପଦକ ଜିତିଲେ ନୀତୁ ଘାନହାସ ଓ ସ୍ୱିଟି ବୋରା
ଭୁବନେଶ୍ୱର, ୨୬/୦୩/୨୦୨୩ – IBA ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ୨ ଭାରତୀୟ ବକ୍ସର ନୀତୁ ଘାନହାସ ଓ ସ୍ୱିଟି ବୋରା । ଏହି ବିଜୟ ସହିତ ନୀତୁ ଓ ସ୍ୱିଟି ଭାରତର ସପ୍ତମ ମହିଳା ବିଶ୍ୱ ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଶନିବାର ଅନୁଷ୍ଠିତ ୪୮ କେଜି ଫାଇନାଲ ଲଢ଼େଇରେ ୨୨ ବର୍ଷୀୟା ନୀତୁ ମଙ୍ଗୋଲିଆର ଲୁତସାଇଖାନ୍ ଆଲତାନସେତସେଗଙ୍କୁ ୫-୦ରେ ପରାସ୍ତ କରିଥିଲେ ।
Huge Victory!
Commonwealth Games gold medalist has become a World Champion. Congratulations to@NituGhanghas333 on winning India’s first🥇 in the current IBA Women’s Boxing World Championships.
You have made 🇮🇳 proud! pic.twitter.com/ZGmfTBZB0A
— Anurag Thakur (@ianuragthakur) March 25, 2023
ସେହିପରି ୮୧ କେଜି କ୍ୟାଟେଗୋରୀ ଫାଇନାଲରେ ସ୍ୱିଟି ବୋରା ଚୀନର ୱାଙ୍ଗ୍ ଲିନାଙ୍କୁ ୪-୩ରେ ହରାଇ ବିଶ୍ୱ ଚାମ୍ପିଅନ ହୋଇଛନ୍ତି ।
And with this spectacular victory @saweetyboora adds another 🥇 to India’s tally.
Kudos to our Naari Shakti.Proud of your achievement! pic.twitter.com/3Yb6VFjIS3
— Anurag Thakur (@ianuragthakur) March 25, 2023
ବର୍ତ୍ତମାନ ଭାରତ ବିଶ୍ୱ ଚାମ୍ପିଅନସିପରେ ୧୨ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛି । ପୂର୍ବରୁ MC ମେରିକମ ୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮ରେ ବିଶ୍ୱ ଚାମ୍ପିଅନଶିପ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପୂର୍ବରୁ ଭାରତୀୟ ମହିଳା ବକ୍ସର ସରିତା ଦେବୀ ୨୦୦୬, ଜେନୀ ଆରଏଲ ୨୦୦୬, ଲେଖା କେସି ୨୦୦୬ ଓ ନିଖତ ଜାରୀନ ୨୦୨୨ରେ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।