କ୍ରୀଡ଼ା

କୋହଲି-ରୋହିତ-ଶିଖରଙ୍କ ନାଁରେ ଅଲୋଡା ରେକର୍ଡ, ଭାରତୀୟ ଦିନିକିଆ ଇତିହାସରେ ଘଟିଲା ଦ୍ଵିତୀୟ ଥର

ଅହମ୍ମଦାବାଦ () ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଅହମ୍ମଦାବାଦରେ ଖେଳାଯାଉଥିବା ସିରିଜର ତୃତୀୟ ଦିନିକିଆରେ ଅଲୋଡା ରେକର୍ଡ କରିଛନ୍ତି ଭାରତୀୟ ବ୍ୟାଟସମ୍ୟାନ। ବିରାଟ କୋହଲି, ରୋହିତ ଶର୍ମା ଏବଂ ଶିଖର ଧାଓ୍ଵନ ମିଶି ଏହି ଅଲୋଡା ରେକର୍ଡ କରିଛନ୍ତି। ଯେବେଠୁ ଏହି ତିନି ଖେଳାଳି ମିଶିକି ଖେଳୁଛନ୍ତି, ସେହି ସମୟରୁ ଆଜି ପର୍ଯ୍ୟନ୍ତ ଦିନିକିଆ ଇତିହାସରେ ଦ୍ଵିତୀୟ ଥର ଏହି ଅଲୋଡା ରେକର୍ଡ କରିଛନ୍ତି।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜର ଶେଷ ତଥା ତୃତୀୟ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଛି। ତେବେ ଭାରତୀୟ ଦଳର ଆରମ୍ଭ ବହୁତ ନିରାଶଜନଜକ ରହିଥିଲା। ଦଳର ଟପ୍-୩ ବ୍ୟାଟସମ୍ୟାନ ୧୦ ଓଭରରେ ୪୨ ରନ କରି ପାଭିଲିୟନ ଫେରିଥିଲେ।

ସର୍ବ ପ୍ରଥମେ ୧୬ ରନ ସ୍କୋରରେ ଅଧିନାୟକ ରୋହିତ ଶର୍ମା ୧୩ ରନ କରି ବୋଲ୍ଡ ହୋଇଥିଲେ। ଏହା ପରେ କୋହଲି ଦୁଇଟି ବଲ୍ ଖେଳି ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ଉଭୟ ବ୍ୟାଟସମ୍ୟାନ ଅଲଜାରି ଯୋଶେଫଙ୍କ ବଲରେ ଆଉଟ୍ ହୋଇଛନ୍ତି। ସିରିଜରେ ପ୍ରଥମ ମ୍ୟାଚ୍ ଖେଳୁଥିବା ଶିଖର ଧାଓ୍ଵନ ମଧ୍ୟ ୧୦ ରନ କରି କ୍ୟାଚ୍ ଆଉଟ୍ ହୋଇଥିଲେ। ଏହି ପରି ତିନି ଖେଳାଳି ବ୍ୟକ୍ତିଗତ ୨୦ ରନର ସ୍କୋର ମଧ୍ୟ କରି ପାରି ନାହାନ୍ତି।

୧୦୯ ମ୍ୟାଚ୍ ପରେ ଦ୍ଵିତୀୟ ଥର ଏମିତି ଘଟଣା ଭାରତୀୟ ଦଳରେ ଦ୍ଵିତୀୟ ଥର ଦେଖିବାକୁ ମିଳିଛି। ଏହା ପୂର୍ବରୁ ଏମିତି ମାମଲା ପ୍ରଥମ ଥର ୨୦୧୩ ଡିସେମ୍ବରରେ ଡର୍ବାନ ଦିନିକିଆରେ ଦେଖିବାକୁ ମିଳିଥିଲା। ଉକ୍ତ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିରାଟ କୋହଲି ଖାତା ଖୋଲି ପାରିନଥିଲେ। ଧାଓ୍ଵନ ମଧ୍ୟ ଶୂନ୍ୟରେ ଆଉଟ୍ ହୋଇଥିଲେ ଏବଂ ରୋହିତ ଶର୍ମା ୧୯ ରନ କରି ପାଭିଲିୟନ ଫେରିଥିଲେ।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ ପୂର୍ବରୁ ରୋହିତ, କୋହଲି ଏବଂ ଧାଓ୍ଵନ ମିଶି ମୋଟ୍ ୧୦୮ ଦିନିକିଆ ଖେଳିଛନ୍ତି। ଏଥିରୁ ଭାରତୀୟ ଦଳ ୬୬ ମୁକାବିଲା ଜିତିଥିବା ବେଳେ ୩୭ଟିରେ ପରାଜିତ ହୋଇଛି। ୨ଟି ମ୍ୟାଚ୍ ଟାଇ ରହିଥିବା ବେଳେ ୩ଟିର ଫଳାଫଳ ବାହାରି ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com