![](https://i0.wp.com/odia.mobilenews24x7.com/wp-content/uploads/2023/03/99075795.webp?resize=400%2C225&ssl=1)
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ବାଜିଲା ନିର୍ବାଚନ ବିଗୁଲ । ମେ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ ବୋଲି ଆଜି ପୂର୍ବାହ୍ନ ୧୧.୩୦ରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନର ପ୍ଲିନାରି ହଲ୍ରେ ସମ୍ମିଳନୀରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି କର୍ଣ୍ଣାଟକ ବିଧାନସଭା ନିର୍ବାଚନ କରାଯିବ ବୋଲି ଭାରତର ମୁଖ୍ୟ ନିର୍ବାଚନ କମିସନର୍ ରାଜୀବ କୁମାର ଘୋଷଣା କରିଛନ୍ତି।
ଆସନ୍ତା ମେ’ ୨୪ ତାରିଖରେ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ୨୨୪ଟି ବିଧାନସଭା ଆସନରେ ହେବ ମତଦାନ । ଏକ ସ୍ଵଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର କହିଛନ୍ତି । ୨୦୨୩ ମେ’ ୨୪ ତାରିଖରେ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ । କର୍ଣ୍ଣାଟକରେ ମୋଟ୍ ୫ କୋଟି ୨୧ ଲକ୍ଷ ଭୋଟର ରହିଛନ୍ତି । ଏମାନଙ୍କ ମଧ୍ୟରେ ୨କୋଟି ୬୨ ଲକ୍ଷ ପୁରୁଷ ମତଦାତା ରହିଥିବା ବେଳେ ୨ କୋଟି ୫୯ ଲକ୍ଷ ମହିଳା ଭୋଟର ରହିଛନ୍ତି । ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ଏବଂ ଭିନ୍ନକ୍ଷମ ଘରେ ବସି ଭୋଟଦାନ କରିପାରିବେ ।