Featuredଜାତୀୟ

ଶ୍ରୀରାମଙ୍କ ଦର୍ଶନ କରୁଥିବା ବେଳେ ଭାଙ୍ଗିକଲା କୁଅର କାନ୍ଥ, ଗଳିପଡିଲେ ୨୫ରୁ ଅଧିକ ଭକ୍ତ

ମଧ୍ୟପ୍ରଦେଶ ଇନ୍ଦୋର ଠାରେ ରାମନବମୀ ପାଳନ ଅବସରରେ ବଡ ଦୁର୍ଘଟଣା ଘଟିଛି । ପଟେଲ ନଗର ନିକଟରେ ଥିବା ବେଲେଶ୍ୱର ମହାଦେବଙ୍କ ଝୁଲେଲାଲ ମନ୍ଦିର ନିକଟରେ ଏହି ଦୁର୍ଘଟଣା ହୋଇଛି । ଏଠାରେ ଥିବା ଏକ ବଡ କୂଅ ଉପରେ ଚଢି ଭକ୍ତମାନେ ଶ୍ରୀରାମଙ୍କ ଦର୍ଶନ କରୁଥିବା ବେଳେ କୁଅର କାନ୍ଥ ଭାଙ୍ଗିଯିବାରୁ ୨୫ରୁ ଅଧିକ ଭକ୍ତ କୁଅ ଭିତରକୁ ଗଳିପଡିଛନ୍ତି । ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ତରଫରୁ ଖବର ଲେଖାହେବା ପର୍ଯ୍ୟନ୍ତ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି ।

ସ୍ଥାନୀୟ ପୋଲିସ କମିଶନର ମକରନ୍ଦ ଦେଓସ୍କରଙ୍କ ସମେତ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚିଛନ୍ତି । ପୋଲିସ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମନ୍ଦିର ଭିତରେ ଥିବା ସମସ୍ତ ଭକ୍ତଙ୍କୁ ମନ୍ଦିରରୁ ବାହାରକୁ ବାହାର କରିଦିଆଯାଇଛି । ହେଲେ ଯେଉଁ ଲୋକମାନଙ୍କ ଉପରେ ପାଚେରୀ ପଡିଯାଇଥିଲା ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା କିଭଳି ରହିଛି ସେନେଇ କୌଣସି ସୂଚନା ମିଳିପାରି ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com