Featuredଅନ୍ତର୍ଜାତୀୟ

ତିବତ୍ତରେ ୪.୨ ତିବ୍ରତାର ଭୂମିକମ୍ପ

ଭୂମିକମ୍ପରେ ଥରି ଉଠିଲା ଦକ୍ଷିଣ ତିବତ୍ତର ଶିଜାଙ୍ଗ ଓ ପପୁଆ ନ୍ୟୁ ଗିନି କ୍ଷେତ୍ର । ରବିବାର ମଧ୍ୟ ରାତ୍ରୀରେ ଏହି ଭୂମିକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ରେକର୍ଡ କରାଯାଇଛି । ହେଲେ ଭୂମିକମ୍ପ ପରେ କୌଣସି କ୍ଷୟକ୍ଷତିରେ ସୂଚନା ମିଳିନାହିଁ । ନ୍ୟାସନାଲ ସେଣ୍ଟର ଫର୍ ସିସ୍କୋଲୋଜି ଅନୁଯାୟୀ, ଭୂମିକମ୍ପର ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ରହିଛି । ସେହିପରି ଏହାର କେନ୍ଦ୍ରସ୍ଥଳି ତିବତ୍ତ ଠାରୁ ଉତ୍ତର-ପୂର୍ବ ଦିଗରେ ରହିଛି । ପପୁଆ ନ୍ୟୁ ଗିନିରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତିବ୍ରତା ରେକ୍ଟର ସ୍କେଲରେ ୭.୩ ରେକର୍ଡ କରାଯାଉଛି । ରବିବାର ରାତି ୧୧ଟା ୩୪ ମିନିଟରେ ଭୂମିକମ୍ପ ଝଟକା ଲାଗିଥିଲା ସୂଚନା ମିଳିଛି । ଭୂକମ୍ପ ପରେ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ସୂଚନା ଦିଆଯାଇଛି । ଚୀନ ସାଗରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହାର ତିବ୍ରତା ୬.୧ ରେକର୍ଡ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com