Breaking NewsFeaturedରାଜନୀତି

ଦେଶର ଇତିହାସରେ ପ୍ରଥମ । ତିହାର ଜେଲରେ ବସିବ କ୍ୟାବିନେଟ ବୈଠକ !

ଦେଶର ଇତିହାସରେ ପ୍ରଥମ । ଜେଲ ଭିତରୁ ଚାଲିବ ସରକାର । ତିହାର ଜେଲରେ ବସିବ କ୍ୟାବିନେଟ ବୈଠକ । ଆଉ ସେହିଠାରୁ ହିଁ ଦେଶର ରାଜଧାନୀକୁ ଶାସନ କରିବେ କେଜ୍ରିୱାଲ୍ । ଏଭଳି ଚର୍ଚ୍ଚାକୁ ନେଇ ଏବେ ଜୋର ଧରିଛି ରାଜନୀତି । କାରଣ ମଦ ଦୁର୍ନୀତିର ତନାଘନା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ନୋଟିସ କରିଛି ଇଡି । କିନ୍ତୁ ସବୁଥର ପରି ତୃତୀୟ ଥର ମଧ୍ୟ ଏହାକୁ ଏଡାଇ ଦେଇଛନ୍ତି ଆପ ମୁଖ୍ୟ । କହିବାକୁ ଗଲେ ପ୍ରଥମେ ନଭେମ୍ବର ୨ ଓ ପରେ ଡିସେମ୍ବର ୨୧ରେ ହାଜର ପାଇଁ ସମନ କରିଥିଲା ତଦନ୍ତକାରୀ ସଂସ୍ଥା । କିନ୍ତୁ ପ୍ରଥମଥର ମଧ୍ୟପ୍ରଦେଶ ନିର୍ବାଚନର କାମ୍ପେନିଂ ଓ ଦିତୀୟ ଥର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ପ୍ରତ୍ୟାଖାନ କରିଥିଲେ କେଜ୍ରିୱାଲ ।

ଏହାପରେ ୩ୟ ଥର ପାଇଁ ଜାନୁଆରୀ ୩ ଅର୍ଥାତ ଆଜି ହାଜର ହେବାକୁ କରାଯାଇଥିଲା ସମନ । ଆଉ ଏଥର ମଧ୍ୟ ସମାନ ଘଟଣା ଘଟିଛି । ଇଡିର ସମନକୁ ବେଆଇନ ଦର୍ଶାଇ ତଦନ୍ତକାରୀ ସଂସ୍ଥାକୁ ଲିଖିତ ଜବାବ ପଠାଇଛନ୍ତି କେଜ୍ରିୱାଲ୍ । ଅନ୍ୟପଟେ ଚାର୍ଜସିଟ ହେବା ପରେ ଇଡି ନୋଟିସ କରିଥିବାରୁ ପ୍ରଶ୍ନ ଉଠାଇଛନ୍ତି ଆପ ନେତା । ସାଧାରଣ ନିର୍ବାଚନ ପୂର୍ବରୁ ଜାଣିଶୁଣି ଏଭଳି କରାଯାଉଥିବା ନେଇ କରିଛନ୍ତି ଅଭିଯୋଗ । ଦେଢ ବର୍ଷ ହେଲା ଇଡି କଣ କରୁଥିଲା ବୋଲି ପ୍ରଶ୍ନ ପଚାରିବା ସହ ଘେରିଛି ଆପ । ଖାସ ସେଇଥିପାଇଁ ଆସନ୍ତା ୪ତାରିଖରୁ ଆମ ଆଦମୀ ପାର୍ଟୀ ଏକ ନୂଆ କ୍ୟାମ୍ପେନ ଆରମ୍ଭ କରିବାକୁ ଯାଉଛି, ମେ ହୁଁ କେଜ୍ରିୱାଲ୍ ।

ଯେଉଁଥିରେ ଆପର ସମସ୍ତ ନେତା ଯୋଗ ଦେଇ ଲୋକଙ୍କ ମତାମତ ସଂଗ୍ରେହ କରିବେ । ଆଉ ପଚାରିବେ କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ଇଡିର ଚକ୍ରାନ୍ତ କେତେ ଦୂର ଠିକ୍ । ଏହାକୁ ଲୋକେ ଗ୍ରହଣ କରୁଛନ୍ତି କି ନାଇ । ସେ ନେଇ ସାଧାରଣ ଲୋକଙ୍କ ମତାମତ ଲୋଡିବେ ଆପ ନେତା । ଏସବୁ ଦୃଷ୍ଟିରୁ ବର୍ତମାନ ଗୋଟିଏ ଚର୍ଚ୍ଚା କି ତିହାର ଜେଲରୁ ସରକାର ଚଳାଇବେ କେଜ୍ରିୱାଲ୍ । ତେବେ ଦେଖାଯାଉ ଦିଲ୍ଲୀ ସମେତ ଭାରତୀୟ ରାଜନୀତି ଦୃଶ୍ୟପଟ କେମିତି ବଦଳୁଛି, ତାହା ଆଗାମୀ ଦିନରେ ଜଣାପଡ୍ିବ

Related Articles

Back to top button
WP Twitter Auto Publish Powered By : XYZScripts.com