
କେରଳରେ ବଢିଲା କଂଗ୍ରେସର ଅଡ଼ୁଆ । ବାପା କଂଗେସରେ ପୁଅ କିନ୍ତୁ ବୁଡ଼ ପକାଇଲେ ପଦ୍ମ ପୋଖରୀରେ । ହାତ ଛାଡ଼ି ପଦ୍ମ ଧରିଲେ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅ । ହଠାତ୍ ହାତ ଛାଡ଼ି ବିଜେପିରେ ଯୋଗ ଦେଲେ ଦଳର ବରିଷ୍ଠ ନେତା ଏ.କେ ଆଣ୍ଟୋନିଙ୍କ ପୁଅ ଅନୀଲ ଆଣ୍ଟୋନି । ପୁଅର ଏଭଳି ନିଷ୍ପତ୍ତି ରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏ.କେ ଆଣ୍ଟୋନି । ଅନିଲଙ୍କ ନିଷ୍ପତ୍ତି ବଡ଼ ଭୁଲ୍ , ଯାହା ମୋତେ ଖୁବ୍ କଷ୍ଟ ଦେଇଛି ବୋଲି ସେ ପ୍ରକାଶ କରିଛନ୍ତି । ଗୁରୁବାର ଦିନ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ବି ମୂରଲୀଧରନ ଓ କେରଳ ବିଜେପି ଅଧ୍ୟକ୍ଷ କେ.ସୁରେନ୍ଦ୍ରନଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଏଥିରେ ସେ ଖୁସି ଥିବା ବେଳେ , କହିଛନ୍ତି, ପ୍ରତି କଂଗ୍ରେସ କର୍ମୀ ବିଶ୍ବାସ କରନ୍ତି ଯେ ସେମାନେ ଗୋଟିଏ ପରିବାର ପାଇଁ କାମ କରୁଛନ୍ତି। କିନ୍ତୁ ମୁଁ ଦେଶ ପାଇଁ କାମ କରିବାରେ ବିଶ୍ବାସ ରଖେ । ଅନ୍ୟପଟେ ବିଜେପିକୁ ଆକ୍ଷେପ କରି ଏକେଆଣ୍ଟୋନି କହିଛନ୍ତି ଯେ ଭାରତର ଏକତା ହେଉଛି ଧର୍ମନିରପେକ୍ଷତା। କିନ୍ତୁ ୨୦୧୪ପରଠାରୁ ଦେଶକୁ ଭାଗ ଭାଗ କରିବାକୁ ଚେଷ୍ଟା ଚାଲିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ହୋଇଥିବା ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିବା ପରେ ଅନିଲ ଆଣ୍ଟୋନି ଚଳିତ ବର୍ଷ ଜାନୁଆରିରେ କଂଗ୍ରେସର ସମସ୍ତ ପଦବୀରୁ ଇସ୍ତଫା ଦେଇଥିଲେ। ଅନିଲ କଂଗ୍ରେସ ଛାଡ଼ିବା ପୂର୍ବରୁ ସେ କଂଗ୍ରେସର ସୋସିଆଲ ମିଡିଆ ବିଭାଗ ପରିଚାଳନା କରୁଥିଲେ।