Featuredଜାତୀୟସ୍ୱାସ୍ଥ୍ୟ

H3N2 ଇନଫ୍ଲୁଏନଜା ଭାଇରସକୁ ନେଇ ବଢୁଛି ଭୟ

H3N2 ଭାଇରସ ଦ୍ୱାରା ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କର କର୍ଣ୍ଣାଟକରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ହରିୟାଣାରେ ମଧ୍ୟ ଅନ୍ୟ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହା ପରେ ଦେଶର ଅନ୍ୟ ରାଜ୍ୟକୁ ଏ ଭୂତାଣୁ ବ୍ୟାପୁଥିବା ଅନୁମାନ କରାଯାଉଛି ।

H3N2 ଭାଇରସ ଥଣ୍ଡା, କାଶ ଓ ଗଳା ଦରଜ ଭଳି ଲକ୍ଷଣ ରଖୁଥିବା ଏ ଭାଇରସ ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ପରେ ଏହାକୁ ନେଇ ସତର୍କତା ଅବଲମ୍ବନ ଲାଗି ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହାକୁ ନେଇ ରାଜ୍ୟ ସରକାର ମଧ୍ୟ ସତର୍କତା ଜାରି କରିଛନ୍ତି ।

ପରିସ୍ଥିତିର ମୁକାବିଲା ଲାଗି ଅନ୍ୟ ରାଜ୍ୟମାନଙ୍କ ସହ ମିଶି ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର । ଦେଶରେ ବର୍ତ୍ତମାନ ସୁଦ୍ଧା H3N2 ଭାଇରସରେ ୯୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com