ସ୍ୱାସ୍ଥ୍ୟ

ଦେଶରେ ୩୫ ହଜାର ଟପିଲାଣି ସଂକ୍ରମଣ ମାମଲା

ଆଜି ମଧ୍ୟ କୋଭିଡ୍ ହସ୍ପିଟାଲରେ ମକଡିଲ କରାଯିବ । କରୋନା ମୁକାବିଲା ଓ ପରିଚାଳନା ନେଇ ହସ୍ପିଟାଲ କେତେ ପ୍ରସ୍ତୁତ ଅଛି, ତା’ ଉପରେ ଜୋର ଦିଆଯାଇଛି ।କୋଭିଡ ବେଡ୍ ଠାରୁ ଆରମ୍ଭ କରି, ଔଷଧ, ଅକ୍ସିଜେନ୍ କେତେ ମହଜୁଦ ରହିଛି, ସେ ନେଇ ସମୀକ୍ଷା କରାଯାଉଛି । କୋଭିଡ ୱାର୍ଡ ଦାୟିତ୍ୱରେ ଥିବା ନର୍ସ ଓ ଡାକ୍ତର କେତେ ପ୍ରସ୍ତୁତ ଅଛନ୍ତି ତା’ ଉପରେ ନଜର ରଖାଯାଇଛି । ସେହିପରି ଟେଷ୍ଟିଂ କିପରି ଚାଲିଛି, କିଟ୍ ଉପଲବ୍ଧ ଅଛି କି ନାହିଁ, ନିରୀକ୍ଷଣ କରାଯାଉଛି । କୋଭିଡ଼ ପରିଚାଳନା ଓ ଭବିଷ୍ୟତ ଯୋଜନା ଉପରେ ବିଶେଷ ଧ୍ୟାନ ଦେଇ କ୍ଷେତ୍ର ପ୍ରସ୍ତୁତ ହେବ ।

ଗତ କିଛି ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ୫ ହଜାର ଉପରେ ଚିହ୍ନଟ ହେଉଛି । ଯାହାକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସତର୍କବାଣୀ ଜାରି କରିଛି । ଭାରତରେ ବଢୁଥିବା ସଂକ୍ରମଣକୁ ନେଇ ଯଦି ଉଚିତ୍ ପଦକ୍ଷେପ ନ ନିଆ ଯାଏ ତାହାଲେ ଚତୁର୍ଥ ଲହର ଆସିବାର ସମ୍ଭାବନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com