ଅନ୍ୟାନ୍ୟ

କୁଆଡ଼େ ଗଲା ଶ୍ରୀମନ୍ଦିର ପ୍ରଶାସନ ଫାଇଲ ?

ସରକାରୀ ବାବୁଙ୍କ ଖାମଖିଆଲି ନୀତିକୁ ନେଇ କ୍ଷୁବ୍ଧ ସେବାୟତ ଓ ଜନସାଧାରଣ

 ଭୁବନେଶ୍ୱର, ୧୯/୦୪/୨୦୨୩ –   ଆଗରୁ ଚାବି ହଜିଥିଲା, ଏବେ ଫାଇଲ ହଜିଗଲା । ଯାହାକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି ପୁରୀ ଶ୍ରୀମନ୍ଦିର ସମେତ ଆଇନ ବିଭାଗ । ଫାଇଲ ପୁଣି ଗୋଟିଏ ନୁହେଁ ଦୁଇ ଦୁଇଟି । ଯାହା ଦାୟିତ୍ୱରେ ଥିବା ଅଫିସରଙ୍କ ଖାମଖିଆଲି ନୀତିକୁ ପଦାରେ ପକାଇ ଦେଇଛି । ଯେଉଁଥିପାଇଁ ପୁଣି ହରଡଘଣାରେ ପଡିଛନ୍ତି ରାଜ୍ୟ ସରକାର ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଆସନ୍ତା ୨୦ ତାରିଖରେ ହାଇକୋର୍ଟରେ ଶ୍ରୀମନ୍ଦିର ଜମିଜମା ସମ୍ପର୍କୀତ ଶୁଣାଣି ଥିବାରୁ ଏହି ଦୁଇଟି ଫାଇଲର ବହୁତ ଆବଶ୍ୟକତା ରହିଛି । ହାଇକୋର୍ଟ ସମୁଦାୟ ୪ ଟି ଫାଇଲ ମାଗିଥିବା ବେଳେ ୨୦୧୮ ଏବଂ ୨୦୨୧ ର ଫାଇଲ ଆଇନ ବିଭାଗ ପାଖରେ ରହିଛି । ମାତ୍ର JTA-55/2006 (PT) ଏବଂ JTA-06/2014 ସଂଖ୍ୟାରେ ୨ଟି ହାତଲେଖା ଫାଇଲ ମିଳୁନାହିଁ ।

ସେପଟେ ଏହି ଦୁଇଟି ଫାଇଲ ଖୋଜିବାକୁ ଆଇନ ବିଭାଗର ଉପସଚିବ ଅଂଶୁମାନ ମହାନ୍ତି ବିଭାଗର ସମସ୍ତ ଶାଖାକୁ ଚିଠି ଲେଖିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ସେବାୟତଙ୍କ ସହ ଜଗନ୍ନାଥ ପ୍ରେମୀ ।

Related Articles

Back to top button
WP Twitter Auto Publish Powered By : XYZScripts.com