ବାଣିଜ୍ୟ

ମେ ୧ରୁ ନୂଆ ନିୟମ

ଟ୍ୱିଟରରେ ଖବର ପଢିବା ହେବ ମହଙ୍ଗା; ମେ ପହିଲାରୁ ଲାଗୁ ହେବ ନୂଆ ନିୟମ ।

  ଭୁବନେଶ୍ୱର, ୩୦/ ୦୪/ ୨୦୨୩ –     ମସ୍କ ଦେଲେ ଆଉ ଏକ ଝଟ୍‌କା । ଟ୍ୱିଟରେ ଆଣିଲେ ଆଉ ଏକ ବଡ଼ ପରିବର୍ତ୍ତନ । ଏହି ନୂତନ ନିୟମ ଗଣମାଧ୍ୟମ ତଥା ୟୁଜର୍ସ ପାଇଁ ବଡ଼ ଲାଭ ଦାୟକ ହେବ । ଏଥର ଟ୍ୱିଟରେ ଖବର ପଢିବା ପାଇଁ ଦେବାକୁ ପଡ଼ିବ ଟଙ୍କା । ଏ ସମ୍ପର୍କରେ ବିଶେଷ ଘୋଷଣା କରିଛନ୍ତି ଟ୍ୱିଟର CEO ।

ମସ୍କ ଟ୍ୱିଟ୍ କରି କହିଛନ୍ତି ଯେ ଏଣିକି ୟୁଜର ମାନଙ୍କୁ ପ୍ରତି ଆର୍ଟିକଲ୍ ପଢ଼ିବା ପାଇଁ ଚାର୍ଜ ଦେବାକୁ ପଡିବ। ଏହାଛଡ଼ା ଯଦି ୟୁଜର ମାସିକ ସବସ୍କ୍ରିପସନ୍ ପାଇଁ ସାଇନ୍ ଅପ୍ ନ କରନ୍ତି, ତେବେ ଆର୍ଟିକଲ ପଢିବା ପାଇଁ ସେମାନଙ୍କୁ ଆହୁରି ଅଧିକ ଟଙ୍କା ଗଣିବାକୁ ପଡ଼ିପାରେ । ଏହି ନୂଆ ଫିଚର ମେ ପହିଲାରୁ ଲାଗୁ ହେବ ।

ଯେଉଁ ଗଣମାଧ୍ୟମ ସଂସ୍ଥା ଟ୍ବିଟରରେ ଖବର ସେୟାର କରୁଛନ୍ତି ତାଙ୍କୁ ଏହି ନୂଆ ଯୋଜନା ବଡ ଲାଭ ଦେବ ଏବଂ ଅନ୍ୟ ପଟେ ଟ୍ବିଟରରେ ଗଣମାଧ୍ୟମ ସଂସ୍ଥା ଭଲ କଣ୍ଟେଣ୍ଟ ପ୍ରକାଶ କରିବେ ବୋଲି ସେ ଆଶା ରଖିଛନ୍ତି । ବର୍ତ୍ତମାନ ମିଡିଆ ପ୍ରକାଶକମାନଙ୍କୁ ପ୍ରତି ଆର୍ଟିକିଲ ଆଧାରରେ ଫି ଆଦାୟ କରିବାକୁ ଅନୁମତି ଦେବ । ନୂଆ ନିୟମ ଅନୁଯାୟୀ, ଯେଉଁ ୟୁଜର୍ସମାନେ ମାସିକ ସବସ୍କ୍ରିପସନ୍ ନେଉନାହାଁନ୍ତି, ସେମାନଙ୍କୁ ଖବର ପଢିବା ପାଇଁ ଅଧିକ ଟଙ୍କା ଦେବାକୁ ପଡିବ। ଏହାଦ୍ୱାରା ଏକ ପ୍ରତିଯୋଗିତା ବଢ଼ିବ । ଟ୍ବିଟରର ମାଲିକାନା ଗ୍ରହଣ କରିବା ପରେ ବାରମ୍ବାର ନୂଆ ନିୟମ ଆଣୁଛନ୍ତି ମସ୍କ । ନିକଟରେ ବ୍ଲୁ ଟିକ୍ ପାଇଁ ଶୁଳ୍କ ଦେବା ଆରମ୍ଭ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com