ବିଜ୍ଞାନ ଓ ପ୍ରଯୁକ୍ତି

KSWW ଗ୍ରୁପ ଦ୍ୱାରା ମେଡିକାଲ କ୍ୟାମ୍ପ ଆୟୋଜିତ

ଭୁବନେଶ୍ୱର, ୦୨/୦୫/୨୦୨୩ –    ‘କଳିଙ୍ଗ ସ୍ଵରାଜ ୱମେନସ୍ ଉଇଙ୍ଗ୍ (KSWW) ଗ୍ରୁପ’ ହେଉଛି ବିଶ୍ଵର ଓଡ଼ିଆ ମହିଳାମାନଙ୍କର ସ୍ଵତନ୍ତ୍ର ପରିଚୟ । ଏହା ଗୋଟିଏ registered organisation । ଯିଏକି ୨୦୧୬ରୁ social work କରିଆସୁଛି । ତନ୍ମଧ୍ୟରୁ ରାଉରକେଲାର ଗ୍ରୁପ୍ ଅନ୍ୟତମ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକମାନଙ୍କୁ ସାହାଯ୍ୟ କରିବା ।

ଏବେ KSWW ର ୨୭,୦୦୦ ସଭ୍ୟା ରହିଛନ୍ତି । ଯେଉଁମାନେ ଆଉ ଓଡ଼ିଆ ଭାଷା ଏବଂ ଓଡ଼ିଶାର ପରମ୍ପରାକୁ ଆଗେଇ ନେଉଛନ୍ତି ଏବଂ ଆନନ୍ଦର ସହିତ ପାଳନ କରୁଛନ୍ତି । ଓଡ଼ିଶା ତଥା ଓଡ଼ିଶା ବାହାରେ ରହି ମଧ୍ୟ ସମସ୍ତଙ୍କର ସୁବିଧା ଅସୁବିଧା ବୁଝୁଛନ୍ତି । ଓଡ଼ିଶାର ପରମ୍ପରା ଓ ଭାଷାକୁ ଆଗକୁ ନେବାପାଇଁ ସେମାନେ ଚେଷ୍ଟା କରୁଛନ୍ତି । କଳିଙ୍ଗ ସ୍ଵରାଜ ୱମେନସ୍ ଉଇଙ୍ଗର ଆଜି ଏ ଗୋଟିଏ ଛୋଟିଆ ପ୍ରୟାସ ମାତ୍ର । KSWW  ଗ୍ରୁପ ଏମିତି ଉନ୍ନତି ମୂଳକ କାର୍ଯ୍ୟକ୍ରମ କରିଛି ଆଗକୁ ମଧ୍ୟ ଆହୁରି କରିବାକୁ ପ୍ରଚେଷ୍ଟା ଚଲେଇଛି ।

ଗରିବ ଲୋକମାନେ ଏଠି ସୁବିଧା ପାଇପାରୁ ନାହାନ୍ତି । ତେଣୁ KSWW  ଗ୍ରୁପ ହାଇଟେକ୍ ମେଡିକାଲର doctor ମାନଙ୍କ ସହିତ କଥାହୋଇ ସେମାନଙ୍କର ମିଳିତ ସହଯୋଗରେ ମେଡିକାଲ କ୍ୟାମ୍ପ ଆରେଞ୍ଜ କରିଛନ୍ତି । ସେଥିପାଇଁ ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି KSWW  ଗ୍ରୁପ । ଏମିତି ଛୋଟ ଛୋଟ ପ୍ରୟାସରେ ସୋସାଇଟିରେ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛି KSWW  ଗ୍ରୁପ ।

Related Articles

Back to top button
WP Twitter Auto Publish Powered By : XYZScripts.com