ଜାତୀୟ

୨୦୨୭ ବେଳକୁ ବନ୍ଦ ହେବ ସମସ୍ତ ଡ଼ିଜେଲ୍ କାର୍ । ତୈଳ ମନ୍ତ୍ରାଳୟର ନିର୍ଦ୍ଦେଶ ।

ଆପଣ ବି ବ୍ୟବହାର କରୁଛନ୍ତି କି ଡ଼ିଜେଲ୍ ଚାଳିତ କାର୍  ? ତେବେ ହୋଇଯାଆନ୍ତୁ ସାବଧାନ୍ । କାରଣ ମାତ୍ର ଆଉ ୪ ବର୍ଷ ପରେ ଏହି ଗାଡ଼ି ଗୁଡ଼ିକର ଯାତାୟତ୍ ଉପରେ ରୋକ୍ ଲଗାଇବେ ସରକାର । ବଢୁଥିବା ପ୍ରଦୁଷଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏଣୁ ୨୦୨୭ ସୁଦ୍ଧା ଡ଼ିଜେଲରେ ଚାଲୁଥିବା ସମସ୍ତ ୪ ଚକିଆ ଏସ୍‌ୟୁଭି ଉପରେ ରୋକ୍ ଲାଗିବ ।

ଏନେଇ କେନ୍ଦ୍ରସରକାରଙ୍କୁ ସୁପାରିସ୍ କରିଛି ତୈଳ ମନ୍ତ୍ରାଳୟର ଏକ ପ୍ୟାନେଲ୍ । ଡ଼ିଜେଲ ପରିବର୍ତ୍ତେ  ଇଲେକ୍ଟ୍ରିକ୍ ଓ ଗ୍ୟାସ୍ ଚାଳିତ ଜାନ ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ  ପ୍ରସ୍ତାବ ଦିଆଯାଇଛି । ପ୍ରଦୂଷଣ ରୋକିବାକୁ ୧୦ ଲକ୍ଷରୁ ଅଧିକ ଲୋକ ରହୁଥିବା ସହର ଓ ପ୍ରଦୂଷଣ ରୋକିବାକୁ ଏପରି ବ୍ୟବସ୍ଥା ସରକାର ଲାଗୁ କରୁନ୍ତୁ ବୋଲି ପ୍ୟାନେଲର ସଦସ୍ୟମାନେ କହିଛନ୍ତି ।

ସେହିଭଳି ୨୦୩୫ ସୁଦ୍ଧା ଜାତୀୟ ଶକ୍ତି ବାସ୍କେଟରେ ଗ୍ରୀଡ୍ ପାୱାରର ଅଂଶକୁ ଦୁଇଗୁଣ କରିବାକୁ କମିଟି ସୁପାରିଶ କରିଛି । ପେଟ୍ରୋଲିୟମ, କୋଇଲା, ଶକ୍ତି ଏବଂ ଅକ୍ଷୟ ଶକ୍ତି ସହ ଜଡିତ ମନ୍ତ୍ରଣାଳୟକୁ ନେଇ ଏକ ଗୋଷ୍ଠୀ ଗଠନ କରିବାକୁ କମିଟି ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com