ଅନ୍ୟାନ୍ୟ

ନବ ଦାସଙ୍କ ରେକର୍ଡ ଭାଙ୍ଗିଲେ ଝିଅ ଦୀପାଳି ଦାସ

ଭୁବନେଶ୍ୱର, ୧୩ /୦୫/୨୦୨୩ –    ଝାରସୁଗୁଡା ଉପନିର୍ବାଚନରେ ବାଜିମାତ୍ କଲା ବିଜେଡି । ତାହା ପୁଣି ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ । ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଟଙ୍କଧର ତ୍ରିପାଠୀଙ୍କୁ ୪୮, ୬୧୯ ଭୋଟରେ ପରାଜିତ କରିଛନ୍ତି ଦୀପାଳି ଦାସ । ବିଜେଡିର ଦୀପାଳିଙ୍କୁ ୧ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିର ଟଙ୍କଧର ୫୮ ହଜାର ୩୮୪ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ପଛରେ ପଡିଥିବା କଂଗ୍ରେସକୁ ମାତ୍ର ୪ ହଜାର ୪ ୭୩ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଛି ।

ଏହି ବିଜୟ ସହିତ ଦୀପାଳି ବାପା ନବ ଦାସଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଗତ ୨୦୧୯ ନିର୍ବାଚନରେ ନବ ଦାସ ଏହି ଆସନରେ ୪୫ ହଜାର ୬୯୯ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ପରାସ୍ତ କରିଥିଲେ । ସେତେବେଳେ ସେ ୯୮ ହଜାର ୬୨୦ ଖଣ୍ଡ ଭୋଟ୍ ପାଇଥିଲେ । ସେହିପରି ଦୀନେଶଙ୍କୁ ୫୨ ହଜାର ୯୨୧ ଖଣ୍ଡ ଭୋଟ ମିଳିବା ସହ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକଙ୍କୁ ୧୮,୮୨୩ ଖଣ୍ଡ ଭୋଟ ମିଳିଥିଲା । ଏଠାରେ ସ୍ମରଣଯାଗ୍ୟ ଯେ, ମୋବାଇଲ ନ୍ୟୁଜ 24×7 ଆକଳନ କରିଥିବା କଥା ସତ ହୋଇଛି ।

ଆମ ଟିମ  ଝାରସୁଗୁଡାର ବୁଦ୍ଧିଜୀବି ତଥା ସାଧାରଣ ଜନତାଙ୍କ ମତାମତ ସଂଗ୍ରହ କରିଥିଲା । ଆଉ ଏଇ ମତାମତକୁ ନେଇ ଆକଳନ କରାଯାଇଥିଲା ଯେ, ଏହି ଉପନିର୍ବାଚନରେ ବିଜେଡିର କ୍ୟାଣ୍ଡିଡେଟ ଦିପାଳି ଦାସ ତାଙ୍କ ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିବେ । ଯାହା ଏବେ ସତ ହୋଇଛି । ସେତେବେଳେ ନବ ୪୫ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ଆଉ ଏବେ ଦୀପାଳି ୪୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ତେବେ ଏହି ବିଜୟ ପରେ ବିଜେଡିର ସେଲିବ୍ରେସନ ଆରମ୍ଭ ହୋଇଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com