ଅନ୍ତର୍ଜାତୀୟ

ମାତ୍ର ୩୦ ମିନିଟ୍ ଭିତରେ ଧ୍ୱଂସ ହୋଇଯିବ ସବୁ, ମହାକାଶ ଆଡ଼କୁ ଟାଣି ହୋଇଯିବ ପୃଥିବୀ

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଏଥର ଧ୍ୱସଂ ନିଶ୍ଚିତ । ପୃଥିବୀ ଧ୍ୱସଂ ହେବା ନେଇ ଆଗରୁ ବହୁ ଗୁଜବ ମିଳିଥିଲେ ବି ତାହା ସତ ହୋଇ ନଥିଲ,ା କିନ୍ତୁ ଏବେ ପୃଥିବୀ ଲୋପ ପାଇବା ନେଇ ସ୍ପଷ୍ଟ କରିଛି ନାସା । ଫଳରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି । କେତେବେଳେ ଉଲ୍କାପିଣ୍ଡ ଧକ୍କା ହୋଇ ପୃଥିବୀ ଧ୍ୱଂସ ହେବ ବୋଲି ଚେତାବନୀ ମିଳେ ତ ଆଉ କେତେବେଳେ ସୁନାମିରେ ବୁଡ଼ିଯିବ ବୋଲି କୁହାଯାଏ । କିନ୍ତୁ ଏସମସ୍ତ ଗୁଜବରେ ପୂର୍ଣ୍ଣଚ୍ଛେଦ ପକାଇଛି ନାସା। ମହାଜାଗତିକ କାର୍ଯ୍ୟକଳାପ ଉପରେ ସର୍ବଦା ନଜର ରଖିଥାଏ ନାସା । ବର୍ତ୍ତମାନ ନାସା ପ୍ରକାଶ କରିଛି ଯେ ପୃଥିବୀକୁ ପ୍ରଳୟ ମାଡ଼ି ଆସିବ । ଲୋକଙ୍କ ପାକରେ ଜୀବନ ବଞ୍ଚାଇବାକୁ ମାତ୍ର ୩୦ ମିନିଟ୍ ସମୟ ରହିବ । କୌଣସି ସତର୍କବାଣୀ ଲୋକଙ୍କୁ ବଞ୍ଚାଇ ପାରିବ ନାହିଁ ।

ବୈଜ୍ଞାନିକଙ୍କ କହିବା ଅନୁଯାୟୀ ମହାକାଶରେ ଝଡ଼ ସୃଷ୍ଟି ହେବ । ଯାହା ପୃଥିବୀକୁ ନିଜ ଆଡ଼କୁ ଟାଣି ନେବ । ଆଉ ପୃଥିବୀରେ ନିଆଁ ଲାଗିବ, ଫଳରେ ଏଥିରୁ ରକ୍ଷା ପାଇବା ପାଇଁ ମାତ୍ର ଅଧଘଣ୍ଟା ରହିବ । ଯେଉଁଥିରୁ କେହି ବି ବର୍ତ୍ତି ପାରିବେ ନାହିଁ । ତେବେ ନାସା ଏହି ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂୁଚନା ପାଇବା ପାଇଁ ଏଆଇ ମଡେଲ ର ସାହାଯ୍ୟ ନେଉଛି । ଏହା ମାଧ୍ୟମରେ ୱାର୍ଣିର୍ଂ ପ୍ରଣାଳୀର ବିକାଶ ପାଇଁ କାର୍ଯ୍ୟ ଚାଲିଛି । ପୂର୍ବରୁ ମହାକାଶରେ ଝଡ଼ ସୃଷ୍ଟି ହେଲେ ସାଟେଲାଇଟ୍ କାମ କରିବା ବନ୍ଦ କରିଦିଏ କିନ୍ତୁ ମହାକାଶରେ ଝଡ଼ ସୃଷ୍ଟି ହେଲେ କିପରି ପୃଥିବୀକୁ ଶୀଘ୍ର ସୂଚନା ମିଳିବ ସେ ନେଇ ଅନେକ ସାଟେଲାଇଟ୍କୁ କାମରେ ଲଗାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com