ଜାତୀୟ

କହ୍ନେୟାଲାଲ ହତ୍ୟା ମାମଲା: ଆଜମେର ଉଚ୍ଚସୁରକ୍ଷିତ କାରାଗାରକୁ ଟ୍ରାନ୍ସଫର ହେଲେ ରିୟାଜ ଓ ଗୌସ ମହମ୍ମଦ, ପୋଲିସ ସତର୍କ

ଆଜମେର: ଉଦୟପୁରରେ କହ୍ନେୟାଲାଲ ତେଲି ହତ୍ୟାର ଦୁଇ ମୁଖ୍ୟ ଅଭିଯୁକ୍ତ ରିୟାଜ ଅଟାରୀ ଓ ଗୌସ ମହମ୍ମଦକୁ ଗୁରୁବାର ବିଳମ୍ବିତ ରାତ୍ରିରେ ଆଜମେର ଉଚ୍ଚ ସୁରକ୍ଷିତ ଜେଲକୁ ସ୍ଥାନାନ୍ତରଣ କରାଯାଇଛି। କଡା ସୁରକ୍ଷା ମଧ୍ୟରେ ଉଦୟପୁରରୁ ଦୁଇ ଅଭିଯୁକ୍ତଙ୍କୁ ରାତି ପ୍ରାୟ ସାଢ଼େ ୨ଟା ବେଳେ ଆଜମେର ଜେଲକୁ ଅଣାଯାଇଥିଲା। ସେମାନଙ୍କ ଆଜମେର କନେକ୍ସନ ଜଣାପଡିବା ପରେ ପୋଲିସ ଏବେ ଆଲର୍ଟ ହୋଇଯାଇଛି।

ଇତିମଧ୍ୟରେ ସ୍ଥାନୀୟ ମୁସଲିମ ସମୂଦାୟର କିଛି ଲୋକେ ଉସକାଇବା ଭଳି ବୟାନ ଓ ଭିଡିଓ ଜାରି କରିଥିବାର ଜଣାପଡିଛି। ମାମଲାରେ ପୋଲିସ କିଛି ଲୋକଙ୍କୁ ଗିରଫ ମଧ୍ୟ କରିଛି। ଏହି ଲୋକେ ଖ୍ୱାଜା ସାହବ ଦରଘାର ନିଜାମ ଗେଟ୍ ବାହାରେ ଲୋକଙ୍କୁ ଉସକାଉଥିଲେ ଓ ଆପତ୍ତିଜନକ ନାରାବାଜୀ କରୁଥିଲେ। ଆଜମେରକୁ ସାମ୍ପ୍ରଦାୟୀକ ସୌହାର୍ଦ୍ଦ୍ୟର ସହର କୁହାଯାଏ। ଏଥିରେ ଆଜମେରରେ ଆତଙ୍କବାଦ ସହ ସମ୍ପୃକ୍ତ ଲୋକଙ୍କ ସମ୍ପର୍କ ସାମ୍ନାକୁ ଆସିବା ପରେ ଆଜମେର ପୋଲିସ ଓ ଇଣ୍ଟେଲିଜେନ୍ସୀ ଏବେ ଉଚ୍ଚ ସତର୍କତା ଅବଲମ୍ବନ କରୁଛନ୍ତି।

ଗତ ଦୁଇ ତିନଦିନରେ ପୋଲିସ କେତେକ ସ୍ଥାନରେ ଚଢଉ କରିଥିବାର ମଧ୍ୟ ଜଣାପଡିଛି। ଏଥିରେ କିଛି ଲୋକଙ୍କର ପୋଲିସ ଏବେ ସନ୍ଧାନ ମଧ୍ୟ କରୁଛି। ଆଜମେର ଜେଲରେ ରିଆଜ ଓ ଗୌସ ମହମ୍ମଦକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖା ଯାଇଛି। ଏିହ ଅଭିଯୁକ୍ତମାନଙ୍କର ମେଡିକାଲ ମଧ୍ୟ ଜେଲ ଭିତରେ କରାଯିବ ବୋଲି ଜଣାପଡିଛି। ଆଜମେରରେ ରିଆଜ ଅଟାରୀର ସମ୍ପର୍କ ଥିବା ଜଣାପଡିବା ପରେ ତାଙ୍କ ସମ୍ପର୍କୀୟଙ୍କୁ ପୋଲିସ ଭେଟିବା ସହ ପଚରା ଉଚରା କରିଛି।

ସେମାନେ ଗତ ୩ ବର୍ଷ ହେଲା ରିଆଜ ସହ ସମ୍ପର୍କରେ ନଥିବା ଜଣାପଡିଛି। ରିଆଜର ଭଉଣୀ ଓ ଭଣଜା ଆଜମେରର ଆଦର୍ଶନଗର ଥାନା ଅଞ୍ଚଳରେ ରହୁଛନ୍ତି।  ରିଆଜ ମଧ୍ୟ ପଚରା ଉଚରାରେ ଏହା ସ୍ୱୀକାର କରିଥିଲା। ହତ୍ୟାକାଣ୍ଡ ପରେ ଫେରାର ହେବା ବେଳେ ସେ କିଛିଦିନ ଆଜମେରରେ ରହିଯିବ ବୋଲି ଭାବିଥିଲା ବୋଲି ପୋଲିସକୁ କହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com