Breaking NewsFeaturedଜାତୀୟମନୋରଞ୍ଜନ

‘ଟାଇଗର-୩’ର ଶୁଟିଂରେ ସୁପରଷ୍ଟାର ସଲମାନ ଖାନ ଆହତ, କହିଲେ…

ମୋବାଇ ନ୍ୟୁଜ୍‌ ବ୍ୟୁରୋ: ସୁପରଷ୍ଟାର ତଥା ଫ୍ୟାନଙ୍କ ଭାଇଜାନ ସଲମାନ ଖାନ ‘ଟାଇଗର-୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ରିଲିଜ ହେବା ପୂର୍ବରୁ ଏହି ଚଳଚ୍ଚିତ୍ରକୁ ନେଇ ଅନେକ ଆଲୋଚନା ହେବାରେ ଲାଗିଛି । ବର୍ତ୍ତମାନ ଏହି ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଦବଙ୍ଗ ଖାନ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି । ସଲମାନ ନିଜ ଇଷ୍ଟାଗ୍ରାମରେ ଫିଲ୍ମ ‘ଟାଇଗର-୩’ ସେଟରୁ ତାଙ୍କର ଏକ ନୂଆ ଫଟୋ ଶେଆର କରିଛନ୍ତି । ଏହି ଫଟୋରେ ଚେହେରା ଦିଶୁନଥିବା ବେଳେ ବ୍ୟାକ ସାଇଟରୁ ତାଙ୍କର ଫଟୋଟି ଉଠିଛି । ଯେଉଁଥିରେ ତାଙ୍କ ବାମ କାନ୍ଧରେ ଯନ୍ତ୍ରଣା ଉପଶମ ପାଇଁ ପ୍ୟାଚ ଲଗାଯାଇଥିବା ଦେଖାଯାଉଛି ।

ସଲମାନ ଏନେଇ ସୋସିଆଲ୍‍ ମିଡିଆ ହ୍ୟାଣ୍ଡଲ୍‍ରେ ଫଟୋ ସହ ମଜାଳିଆ ଢଙ୍ଗରେ ଲେଖିଛନ୍ତି । ଦୁନିଆର ଭାର ଉଠାଇଥିବା ତୁମେ ଯେବେ ଅନୁଭବ କର ସେତେବେଳେ ସେହି କାନ୍ଧ କହେ ଦୁନିଆକୁ ଛାଡ । ମୋତେ ପାଞ୍ଚ କିଲୋର ଡମ୍ବଲ ଉଠାଇ ଦେଖାଅ ତ! ଟାଇଗର ଜଖମୀ ହୈ… ଏଭଳି ଲେଖିବା ପରେ ସଲମାନଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ଭାଇଜାନଙ୍କ ପୋଷ୍ଟ ଉପରେ କମେଣ୍ଟ କରି ଜଣେ ଲେଖିଛନ୍ତି ‘ଜଙ୍ଗଲରେ ଶିକାର କରିବା ବେଳେ ବାଘକୁ ଥରେ କି ଦୁଇ ଥର ଆହତ ହେବାକୁ ପଡିଥାଏ । ହେଲେ ସେ ଶିକାର କରିବା ଛାଡେନାହିଁ । ଉତ୍ସାହର ସହ ‘ଟାଇଗର-୩’କୁ ଅପେକ୍ଷା । ସେହିପରି ‘ନିଜର ଯତ୍ନ ନିଅନ୍ତୁ’ ଏବଂ ଶୀକାର କରିବାକୁ ଶୀଘ୍ର ସୁସ୍ଥ ହୁଅ ଟାଇଗର ବୋଲି ଫ୍ୟାନ୍‍ମାନେ ଲେଖିଛନ୍ତି । ଏପରିକି ଘାଇଲା ବାଘ ଆହୁରି ବିପଜ୍ଜନକ ବୋଲି ଜଣେ ଟିପ୍ପଣୀ ଦେଇଥିବାବେଳେ ଅଧିକାଂଶ ପ୍ରଶଂସକ ସଲମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଅନ୍ୟପକ୍ଷରେ ନିଟକରେ ରିଲିଜ ହୋଇଥିବା ଫିଲ୍ମ ‘କିସିକା ଭାଇ କିସି କା ଜାନ’ ପରେ ସଲମାନ ‘ଟାଇଗର-୩’ରେ ନଜର ଆସିବେ । ସଲମାନ ଆହତ ହେବା ପରେ ସୁଟିଂରୁ ବିରତି ନେଇଛନ୍ତି । ହେଲେ ବର୍ତ୍ତମାନ ଫିଲ୍ମର ସୁଟିଂ ଜୋରସୋରରେ ଚାଲିଛି । ତେବେ ଦର୍ଶକ ଫିଲ୍ମକୁ କେତେ ପସନ୍ଦ କରିବେ ତାହା କେବଳ ସମୟ କହିବ । ୨୨ ଡିସେମ୍ବର ୨୦୧୭ରେ ମୁକ୍ତିଲାଭ କରିଥିଲା ଟାଇଗର ପାର୍ଟ-୨ । ଏହି ଚଳଚ୍‌ଚିତ୍ର ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ସାରା ବିଶ୍ୱରେ ୪୩୩ କୋଟି ଟଙ୍କା ରୋଜଗାର କରିଥିଲା । ଏହା ସହ ବଲିଉଡର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ରରେ ‘ଟାଇଗର ଜିନ୍ଦା ହୈ’ ଚତୁର୍ଥ ସ୍ଥାନରେ ରହିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com