Breaking Newsଓଡ଼ିଶା

ପୁଲିସକୁ ବୋକା ବନେଇ ଖସିଗଲା ଚୋର, ଜାଣନ୍ତୁ ପୂରା ଖବର

ସମ୍ବଲପୁରରୁ ଚୋରି କଲା, ବୌଦ୍ଧରୁ ବନ୍ଧାହେଲା

ସମ୍ବଲପୁର: ପୁଲିସ ଡାଳେ ଡାଳେ ଗଲେ ଅପରାଧୀ ପତ୍ରେ ପତ୍ରେ ଯାଉଛି । ଆଉ ଏହାର ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁରର ରେଢ଼ାଖୋଲ ଅଞ୍ଚଳରେ। ଯାହାକି କିଛି ଫିଲ୍ମର କାହାଣୀଠାରୁ ମଧ୍ୟ କମ୍‌ ନୁହେଁ । ଆପଣ ଅନେକ ଫିଲ୍ମରେ ପୁଲିସକୁ ଚକମା ଦେଇ ଅପରାଧୀ ଖସି ପଳାଉଥିବାର ଦେଖିଥିବେ । ଆଉ ସେହି ସମୟର ଦୃଶ୍ୟକୁ ଖୁବ୍ ଉପଭୋଗ କରୁଥିବେ ନିଶ୍ଚୟ । କିନ୍ତୁ ବାସ୍ତବରେ ଏମିତି କେବେ ଘଟିଥିବାର ଶୁଣିଛନ୍ତି କି? ତେବେ ଏମିତି ଘଟଣା ଘଟିଛି ରେଢ଼ାଖୋଲ ଅନ୍ତର୍ଗତ ନାକଟିଦେଉଳ ଥାନା ଅଞ୍ଚଳରେ।

ଘଟଣା ଅନୁସାରେ ୧୦ଦିନ ତଳେ ନାକଟିଦେଉଳ ଥାନା ଅଞ୍ଚଳରେ ଚୋରି ହୋଇଥିଲା । ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ପୁଲିସ ଅଭିଯୁକ୍ତକୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଥିଲା । କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତ ଜଣଙ୍କ ବୌଦ୍ଧ ଜିଲ୍ଲାରେ ଥିବା ଜାଣିବାକୁ ପାଇଥିଲା ପୁଲିସ । ତେଣୁ ଗତକାଲି ନାକଟିଦେଉଳ ଥାନାର କିଛି ପୁଲିସ ତୁରନ୍ତ ବୌଦ୍ଧ ଯାଇ ଅଭିଯୁକ୍ତକୁ ଧରିଥିଲେ । ଗିରଫ ପରେ ପୁଲିସ କର୍ମଚାରୀମାନେ ଅଭିଯୁକ୍ତକୁ ନାକଟିଦେଉଳ ଥାନାକୁ ଆଣିଥିଲେ । କିନ୍ତୁ ଅଭିଯୁକ୍ତକୁ ଥାନାକୁ ନନେଇ ଗାଡି ଯାଇଥିଲା ଥାନା ଠାରୁ ୨ କିଲୋମିଟର ଦୂର ଗୋଧିଢିହ ଛକକୁ । କାରଣ ପୋଲିସ କର୍ମଚାରୀମାନଙ୍କ ଇଚ୍ଛା ହୋଇଥିଲା ଚାହା ପିଇବାକୁ । ଆଉ ଏହାପରେ ଯାହା ଘଟିଲା ଆପଣ ଶୁଣିଲେ ଆଚମ୍ବିତ ହୋଇଯିବେ । ପୁଲିସ କର୍ମଚାରୀମାନେ ଗାଡ଼ି ରଖି ଚାହା ପିଉଥିବା ବେଳେ ଅଭିଯୁକ୍ତ ଜଣଙ୍କ ପୁଲିସକୁ ଚକମା ଦେଇ ଚମ୍ପଟ ମାରିଥିଲା । ପୁଲିସ ଏବେ ବିଭିନ୍ନ ଟ୍ରାଫିକ ପୋଷ୍ଟରେ ନାକାବନ୍ଦୀ କରି ଅଭିଯୁକ୍ତକୁ ଖୋଜାଖୋଜି କରୁଛି । ସେପଟେ ପୁଲିସର ଏପରି ଖାମଖିଆଲି କାର୍ଯ୍ୟ ପାଇଁ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com