Breaking NewsFeaturedରାଜନୀତି

Rajasthan ରେ Rahul Gandhiଙ୍କ ଅପେକ୍ଷା Priyanka Gandhi ଙ୍କୁ ଅଧିକ ଆଗକୁ ଆଣୁଛି କଂଗ୍ରେସ।

ଦୁହେଁ ଗାନ୍ଧି ପରିବାରର ଉତ୍ତରଦାୟାଦ। ଭାଇ-ଭଉଣୀ ଉଭୟଙ୍କ ରହିଛି ଲୋକପ୍ରିୟତା। ତେବେ ରାଜସ୍ଥାନରେ ଭାଇଠୁ ଆଗରେ ଭଉଣୀ। ଅର୍ଥାତ୍‌ ସେଠାରେ ବେଶି ଲୋକପ୍ରିୟ ପ୍ରିୟଙ୍କା ଗାନ୍ଧି। କାରଣ ଯାହା ଦେଖାଯାଉଛି ରାଜସ୍ଥାନରେ ରାହୁଲଙ୍କ ଅପେକ୍ଷା ପ୍ରିୟଙ୍କା ଗାନ୍ଧିଙ୍କୁ ଅଧିକ ଆଗକୁ ଆଣୁଛି କଂଗ୍ରେସ। ଯାହାକୁ ନେଇ ଅନେକ ପ୍ରକାର ରାଜନୈତିକ ଆକଳନ କରାଯାଉଛି। ରାଜସ୍ଥାନରେ ହେଭିୱେଟ ଫାଇଟ ହେଉଥିବା ବେଳେ ସରକାରକୁ ରିପିଟ କରିବା ପାଇଁ କଂଗ୍ରେସ ଜୋରଦାର ଉଦ୍ୟମ କରୁଛି। ଏଭଳି ସ୍ଥିତିରେ ପ୍ରିୟଙ୍କାଙ୍କ ଚେହେରାକୁ ଆଗକୁ ଆଣିଛି ଦଳ। ଗତ କିଛି ଦିନ ମଧ୍ୟରେ ପ୍ରିୟଙ୍କା ଦୁଇଥର ରାଜସ୍ଥାନ ଗସ୍ତ କରି ବିଶାଳ ସଭାକୁ ସମ୍ବୋଧିତ କରିଥିବା ବେଳେ ବୁଧବାର ଝୁନଝୁନୁରେ ଏକ ବିଶାଳ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରିୟଙ୍କା ପ୍ରତ୍ୟେକ ଗୃହିଣୀଙ୍କୁ ସ୍ବତନ୍ତ୍ର ଅର୍ଥରାଶି ସହ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେଵା ପ୍ରସଙ୍ଗ ଉଠାଇଛନ୍ତି। ସରକାର ଗଢିବା ପରେ ପରେ ତୁରନ୍ତ ଏହି ରାଶି ଦିଆଯିବ ବୋଲି କହିଛନ୍ତି ପ୍ରିୟଙ୍କା।

ଝୁନଝୁନ୍‌ ବିଶାଳ ସଭାରୁ ସ୍ପଷ୍ଟ ଯେ ଏକ କୋଟିରୁ ଅଧିକ ପରିବାରକୁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦିଆଯିବ। ରାଜସ୍ଥାନର ଗେହଲଟ ସରକାର ୭୬ ଲକ୍ଷ ପରିବାରକୁ ଗ୍ୟାସ ସିଲିଣ୍ଡର ୫୦୦ ଟଙ୍କାରେ ଦେଉଛନ୍ତି। ଏହାକୁ ଆହୁରି ବଢ଼ାଯିବ ବୋଲି କୁହାଯାଇଛି। ମହିଳା ସଂରକ୍ଷଣ, ବେରୋଜଗାର ଓ ଅଗ୍ନିବୀର ଯୋଜନାକୁ ନେଇ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି ପ୍ରିୟଙ୍କା। ଏପରିକି ବିଜେପିର ସବୁ ପ୍ରତିଶୃତି ମିଛ ବୋଲି କହିଛନ୍ତି ପ୍ରିୟଙ୍କା। ତେବେ ପ୍ରିୟଙ୍କାଙ୍କୁ ରାହୁଲଙ୍କ ଅପେକ୍ଷା କାହିଁକି ଅଧିକ ପ୍ରଚାରରେ ଦେଖିବାକୁ ମିଳୁଛି ତାକୁ ନେଇ ଆଲୋଚନା ଜୋର ଧରିଛି। ଏପରିକି କେବଳ ରାଜସ୍ଥାନ ନୁହେଁ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଫୋକସରେ ପ୍ରିୟଙ୍କା ରହିଛନ୍ତି। ପୂର୍ବରୁ କଂଗ୍ରେସ ଜିତିଥିବା ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ ମଧ୍ୟ ପ୍ରିୟଙ୍କାଙ୍କ ଯାଦୁ ଦେଖିବାକୁ ମିଳିଥିଲା। ହିମାଚଳରେ କେବଳ ପ୍ରିୟଙ୍କାଙ୍କ ଦମରେ କଂଗ୍ରେସ ଭଲ ପ୍ରଦର୍ଶନ କଲା ବୋଲି ଚର୍ଚ୍ଚା ହେଉଛି।

ନିର୍ବାଚନ ପ୍ରଚାରରେ ପ୍ରିୟଙ୍କା ଲୋକଙ୍କ ପ୍ରସଙ୍ଗକୁ ଅସ୍ତ୍ର କରିଥାନ୍ତି। ଯାହାକି ସାଧାରଣ ଲୋକଙ୍କୁ ବେଶ୍‌ ପ୍ରଭାବ ପକାଇଥାଏ। ଏପରିକି ତାଙ୍କ ବ୍ୟକ୍ତିତ୍ୱ ଓ ଉଦବୋଧନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସହ ପ୍ରାୟ ମିଶିଯାଏ। ତେଣୁ ଏହାକୁ ପ୍ରିୟଙ୍କାଙ୍କର ଏକ ଶକ୍ତିଶାଳୀ ଦିଗ ଭାବେ ଆଲୋଚନା ହେଉଛି। ତେବେ ରାଜସ୍ଥାନରେ ପ୍ରିୟଙ୍କାଙ୍କ ପ୍ରଚାର କଂଗ୍ରେସକୁ କେତେ ଲାଭ ଦେବ ତାହା ଦେଖିବାକୁ ବାକି ରହିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com