![Virat Khohli made 7 Century in IPL](https://i0.wp.com/odia.mobilenews24x7.com/wp-content/uploads/2023/05/VIRAT_00000_00000.jpg?resize=780%2C470&ssl=1)
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଆଇପିଏଲ୍ ଇତିହାସରେ ବିରଳ ରେକର୍ଡ ସ୍ଥାପନ କରିଛନ୍ତି ବିରାଟ କୋହଲି। ରୟାଲ୍ ଚାଲେଞ୍ଜର୍ସର ଷ୍ଟାର୍ ବ୍ୟାଟସମ୍ୟାନ କୋହଲି ଆଇପିଏଲ୍ରେ ୭ଟି ଶତକ କରି ଏହି ବିରଳ ରେକର୍ଡ ସ୍ଥାପନ କରିଛନ୍ତି। ଆଉ ସର୍ବାଧିକ ଶତକର ଅଧିକାରୀ କ୍ରିସ୍ ଗେଲ୍ଙ୍କ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଆଉ ଏହି ଅବିସ୍ମରଣୀୟ ମୁହୂର୍ତ୍ତକୁ ନିଆରା ଅନ୍ଦାଜରେ ସେଲିବ୍ରେଟ କରିବା ପାଇଁ ବିରାଟଙ୍କ ପତ୍ନୀ ତଥା ବଲିଉଡ୍ ଷ୍ଟାର ଅନୁଷ୍କା ଶର୍ମା ଜମାରୁ ଭୁଲି ନାହାନ୍ତି। ବିରାଟଙ୍କୁ ଫ୍ଲାଇଂ କିସ୍ ଦେଇ ସ୍ଵାଗତ ଅଭିଭାଦନ ଜଣାଇଛନ୍ତି ଅନୁଷ୍କା। ଗୋଟିଏ ପଟେ ବିରାଟଙ୍କ ଶତକୀୟ ରେକର୍ଡ ଅନ୍ୟପଟେ ଅନୁଷ୍କାଙ୍କ ଫ୍ଲାଇଂ କିସ୍ରେ ଓ୍ବେଲକମ୍ ଦୃଶ୍ୟ ଦେଖଣାହାରୀଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା । ଟିଭି ସ୍କ୍ରିନରେ ଏ ଦୃଶ୍ୟ କୋଟି କୋଟି ଦର୍ଶକଙ୍କୁ ବିମୋହିତ କରିଥିଲା।
https://twitter.com/IPL/status/1660325339665670146?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1660325339665670146%7Ctwgr%5E8a1437fdc5bfb848a63dadd189e11e2abe85ffa7%7Ctwcon%5Es1_&ref_url=https%3A%2F%2Fsports.ndtv.com%2Fipl-2023%2Fipl-2023-anushka-sharma-sends-flying-kisses-from-stand-as-virat-kohli-slams-record-ton-watch-4054511
ଲଗାତାର ଦୁଇଟି ଶତକ ହାସଲ କରି କୋହଲି ଗୁଜରାଟ ଟାଇଟାନ୍ ବିପକ୍ଷ ମ୍ୟାଚ୍ରେ ୧୩ ଚଉକା ଓ ଗୋଟିଏ ଛକା ମାରି ଷ୍ଟାଡିଅମ ଦୋହଲାଇ ଦେଇଥିଲେ । ସେ ମୋଟ ୬୧ ବଲ୍ରେ ୧୦୧ କରି ଅପରାଜିତ ରହିଥିବାବେଳେ ଆର୍ସିବି ୫ଟି ୱିକେଟ୍ ହରାଇ ୧୯୭ ରନ୍ କରିଥିଲା। ତେବେ ୬୦ ବଲ୍ରେ ଶତକ ପୂରଣ କରି କୋହଲି ଆଇପିଏଲ୍ରେ ସର୍ବାଧିକ ସେଞ୍ଚୁରୀ ଅର୍ଜନ କରିବାର ରେକର୍ଡ ସୃଷ୍ଟି କରିଥିଲେ ମଧ୍ୟ ଦଳଗତ ଭାବେ ଗୁଜରାଟ ଟାଇଟନ୍ସ ଠାରୁ ପରାଜୟ ଭୋଗିବାକୁ ପଡ଼ିଛି। ସଂଯୋଗବଶତଃ ଏହାର ପୂର୍ବ ମ୍ୟାଚ୍ ଗୁରୁବାର ଅନୁଷ୍ଠିତ ସନରାଜର୍ସ ହାଇଦ୍ରାବାଦ ବିପକ୍ଷରେ ୬୩ ବଲ୍ରୁ ୧୦୦ ରନ୍ ସଂଗ୍ରହ କରିଥିଲେ ବିରାଟ। ରବିବାର ମ୍ୟାଚରେ ୬୧ ବଲ୍ରେ ଅପରାଜିତ ୧୦୧ ରନ୍ ପାଳି ଖେଳି ତୃତୀୟ ବ୍ୟାଟର୍ ଭାବେ ଆଇପିଏଲ୍ରେ ଲଗାତାର ଶତକ କରିବାର ଗୌରବ ଅର୍ଜନ କରିଛନ୍ତି କୋହଲି। ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଶିଖର ଧାୱନ ୨୦୨୦ରେ ଏବଂ ରାଜସ୍ଥାନ ରୟାଲ୍ସର ଜୋସ୍ ବଟଲର୍ ୨୦୨୨ ଆଇପିଏଲ୍ରେ ଲଗାତାର ଦୁଇଟି ମ୍ୟାଚ୍ରେ ଦୁଇଟି ଶତକ ମାରିଥିଲେ।
ଅନ୍ୟପକ୍ଷରେ ଗୁଜରାଟ ଟାଇଟନ୍ସ ୧୯୮ ରନ୍ର ପିଚ୍ଛା କରି ପଡ଼ିଆକୁ ଓହ୍ଲାଇଥିଲା। ଆଉ ଶୁବମନ୍ ଗିଲଙ୍କ ୫୨ ବଲ୍ରେ ୧୦୪ ରନର ଅପରାଜିତ ଇଂନିସ ଫଳରେ ୪ ୱିକେଟ୍ ହରାଇ ନିଜର ବିଜୟ ଲକ୍ଷ୍ୟ ପୂରଣ କରିନେଇଥିଲା ଗୁଜରାଟ ଟାଇଟନ୍ସ। ଫଳରେ ଆରସିବିକୁ ପରାଜୟ ସ୍ଵୀକାର କରିବାକୁ ପଡ଼ିଛି।