Breaking NewsFeaturedରାଜନୀତି

ମୋଦି-ମନରେଗା-ମହୁଆ ଅସ୍ତ୍ର ଦିଲ୍ଲୀ ପୁଲିସ୍‌?

ମନରେଗା ଯୋଜନାରେ ହୋଇଛି ଦୁର୍ନୀତି । ଏଭଳି ଅଭିଯୋଗ ଉଠାଇଲା କେନ୍ଦ୍ର । ଆଉ ଅଡୁଆ ଜାଲରେ ଛନ୍ଦି ହୋଇଗଲା ତୃଣମୂଳ ଶାସନାଧୀନ ପଶ୍ଚିମବଙ୍ଗର ମମତା ସରକାର । କେନ୍ଦ୍ର ବନ୍ଦ କରିଦେଲା ମନରେଗା ଅନୁଦାନ । ବାସ୍‌, ଏହାକୁ ବିରୋଧ କରି ପ୍ରତିବାଦର ସ୍ୱର ଉଠାଇଲେ ଟିଏମସିର ନେତା-ମନ୍ତ୍ରୀ-ସାଂସଦ । କିନ୍ତୁ ବୁଧବାର ଦିଲ୍ଲୀରେ ଟିଏମସିର ଜେନେରାଲ ସେକ୍ରେଟାରୀ ଅଭିଷେକ ବାନାର୍ଜୀଙ୍କ ନେତୃତ୍ୱରେ କେନ୍ଦ୍ର ବିରୋଧରେ ପ୍ରୋଟେଷ୍ଟ୍ ଚାଲିଥିବାବେଳେ ସମସ୍ତଙ୍କୁ ଉଠାଇ ନେଲା ଦିଲ୍ଲୀ ପୁଲିସ୍ । ଏନେଇ ଜୋର ଧରିଛି ରାଜନୀତିକ ବିବାଦ । ଟିଏମସି ସାଂସଦ ମହୁଆ ମୈତ୍ରୀ ଓ ଅଭିଷେକ ବାନାର୍ଜୀଙ୍କ ସମେତ ପଶ୍ଚିମବଙ୍ଗର ଅନେକ ମନ୍ତ୍ରୀଙ୍କୁ ପୁଲିସ୍ ଉଠାଇ ନେବା ପରେ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଟିଏମସିର ରାଜ୍ୟସଭା ସାଂସଦ ସକେତ ଗୋଖଲେ ।

ସୋସିଆଲ୍ ମିଡିଆରେ ପୋଷ୍ଟ କରି ସକେତ ସିଧାସଳଖ ମୋଦି ଓ ଶାହଙ୍କୁ ଟାର୍ଗେଟ୍ କରିଛନ୍ତି । ପ୍ରଶ୍ନ୍ କରିଛନ୍ତି ଯେ ମୋଦି-ଶାହଙ୍କ ଏତେ ଡର କାହିଁକି?
ନଜର ପକାନ୍ତୁ ସକେତଙ୍କ ପୋଷ୍ଟ ଉପରେ…

ସକେତ ଲେଖିଛନ୍ତି ଯେ-
ପ୍ରୋଟେଷ୍ଟ ଚାଲିଥିବାବେଳେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ନିକଟରୁ ଆମ ସାଂସଦ, ମନ୍ତ୍ରୀ ଓ ନେତାଙ୍କୁ ଦିଲ୍ଲୀ ପୁଲିସ ଦୁର୍ବ୍ୟବହାର କରିବା ସହ ଟାଣିଘୋଷାରି ନିଜ କବ୍ଚାକୁ ନେଇଯାଇଛି । ତେବେ ସେମାନଙ୍କ ମଧ୍ୟରେ ରହିଛନ୍ତି ପଶ୍ଚିମବଙ୍ଗର ୪ ଜଣ ଗରିବ ମନରେଗା ଶ୍ରମିକ । ମନ୍ତ୍ରୀଙ୍କ ସାମ୍ନାରେ ନିଜର ଦୁଃଖ ଅଭିଯୋଗ ପ୍ରକାଶ କରିବାକୁ ସେମାନେ ସାମିଲ୍ ହୋଇଥିଲେ । ତେବେ ଆମକୁ ୩ ଘଣ୍ଟାର ଅପେକ୍ଷା କରାଇବା ପରେ ହଠାତ୍ ପୁଲିସ୍ ଘୋଷାରି ନେଇଛି । ତେବେ ଆମକୁ ଆଲୋଚନା ପାଇଁ ଡକାଇ, ପ୍ରତୀକ୍ଷା କରାଇ ବିନା ମିଟିଂରେ ମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ନିଜ କାର୍ଯ୍ୟାଳୟକୁ ଚାଲି ଯାଇଥିଲେ । ଏହାକୁ ବିରୋଧ କରିବାରୁ ପୁଲିସ୍ ଏଭଳି ହୀନ କାର୍ଯ୍ୟ କରିଛି । ତେବେ ମୋଦି-ଶାହଙ୍କ ଏତେ ଡର କାହିଁକି ବୋଲି ସକେତ ନିଜ ପୋଷ୍ଟରେ ପ୍ରଶ୍ନ କରିଛନ୍ତି ।

ଏଠାରେ କହିରଖୁଛୁ ଯେ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ଦୁର୍ନୀତିକୁ ନେଇ ରାଜନୀତିକ ଛକାପଞ୍ଝା ଦେଶରେ ଆରମ୍ଭ ହୋଇଯାଇଛି । ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓଡ଼ିଶା ଗସ୍ତରେ ଆସିଥିବା ଅବସରରେ ରାଜ୍ୟ ସରକାରଙ୍କୁ ନୋଟିସ୍ କରାଯାଇଛି, ଆବଶ୍ୟକ ହେଲେ ଓଡ଼ିଶାକୁ ଅନୁଦାନ ବନ୍ଦ କରାଯିବାର ସଂକେତ ଅନୁରାଗ ଦେଇସାରିଛନ୍ତି । ଠିକ୍ ଏହି ଅନୁଦାନ ବନ୍ଦ କାରଣରୁ ପଶ୍ଚିମବଙ୍ଗ ଅଶାନ୍ତି ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com