Breaking NewsFeaturedଓଡ଼ିଶା

ଅଭ୍ୟାସଗତ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଶେଷ ଚେତାବନୀ, ଏଥର ସିଧା ଜେଲ୍ 

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଆପଣ ବାରମ୍ବାର ଟ୍ରାଫିକ ନିୟମ ଭାଙ୍ଗିବା ସହ ଫାଇନ୍ ନଦେଇ ଠକୁଛନ୍ତି କି? ତେବେ ଭାବନ୍ତୁ ନାହିଁ କି ଆପଣ ବଞ୍ଚି ଯାଉଛନ୍ତି । କାରଣ ଏଥର ଆପଣଙ୍କୁ ସାବାଡ଼ କରିବ କମିଶନରେଟ୍ ପୁଲିସ୍ । ଏଥର ନିୟମ ଭାଙ୍ଗିଲେ ସିଧା ଜେଲରେ ଚକି ପେଷିବେ । ଟ୍ୱିନସିଟିରେ ଟ୍ରାଫିକ୍ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କମିଶନରେଟ୍ ପୁଲିସ୍ । ଯେଉଁମାନେ ଅଭ୍ୟାସଗତ ଭାବରେ ଟ୍ରାଫିକ୍ ନିୟମ ଭାଙ୍ଗୁଛନ୍ତି ଆଉ ଜୋରିମାନା ଦେଉନାହାନ୍ତି ସେମାନେ ରହିବେ ପୁଲିସ୍‌ର ସ୍କାନର୍‌ରେ । ନିୟମ କୋହଳ କାରଣରୁ କିଛି ଅମାନିଆ ବାରମ୍ବାର ନିୟମ ଭାଙ୍ଗି ଚାଲିଛନ୍ତି । ତେଣୁ ଏହାକୁ ଆଖି ଆଗରେ ରଖି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି କହିଛନ୍ତି ଯେଉଁମାନେ ୫ଥର ଟ୍ରାଫିକ୍ ନିୟମ ଭାଙ୍ଗିବା ସତ୍ତ୍ୱେ ଫାଇନ୍ ଦେଇନାହାନ୍ତି ସେମାଙ୍କ ଉପରେ କଡ଼ା ନଜର ରହିବ ।

ଏଥିସହ କଟକ-ଭୁବନେଶ୍ୱର ଅପରାଧ ନିୟନ୍ତ୍ରଣ ଉପରେ ଅଧିକ ଫୋକସ ଦିଆଯାଇଛି। ୫ବର୍ଷ ଧରି ପଡ଼ି ରହିଥିବା ମାମଲାର ତଦନ୍ତ ସାରିବା ସହ ଚାର୍ଜସିଟ୍ ଦାଖଲ କରିବାକୁ ସବୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି। ସେପଟେ ବିଏମ୍‌ସି ମଧ୍ୟ ଆକ୍ସନ ମୋଡ୍‍ରେ । ରାସ୍ତାକଡ଼ରେ ଥିବା ଅଚଳ ଗାଡ଼ିକୁ ଉଠାଇନେବ ବିଏମ୍‌ସି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ସହ ଅଚଳ ହୋଇ ପଡ଼ିଥିବା ଗାଡ଼ିରେ ନୋଟିସ୍ ଲଗାଯାଇଛି । ୭ ଦିନ ଭିତରେ ଗାଡ଼ିମାଲିକ ଗାଡ଼ି ନିଜ ଅକ୍ତିଆରକୁ ନନେଲେ ବିଏମ୍ସି ଗାଡ଼ିକୁ ଉଠାଇ ନେଇ ଜାଗା କାଲିସ କରିଦେବ ।

Related Articles

Back to top button
WP Twitter Auto Publish Powered By : XYZScripts.com