Breaking NewsFeaturedଜାତୀୟଜୀବନଶୈଳୀ

ଜୀବନ ନେଉଛି ମାରାତ୍ମକ ତମାଖୁ, OTT ପ୍ଳାଟଫର୍ମରେ ସଚେତନତା ବାର୍ତ୍ତା ବାଧ୍ୟତାମୂଳକ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଓଟିଟି ପ୍ଲାଟଫର୍ମ ପାଇର୍ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ ଲାଇନ୍ । ନିୟମ ନମାନିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ବର୍ତ୍ତମାନ ବିଶ୍ୱବ୍ୟାପୀ ଚିନ୍ତା ବଢାଇଛି ଟବାକୋ । ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବିଭିନ୍ନ ସମୟରେ ଅନେକ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଥିଲେ ବି ଏହା କମିବାର ନାଁ ନେଉନାର୍ହି । ଓଲଟା ଯୁବପିଢ଼ିଙ୍କ ସମେତ ବହୁ ଛୋଟ ପିଲା ମଧ୍ୟ ତମାଖୁ ସେବନ କରୁଛନ୍ତି । ପ୍ରାୟତଃ ବିଭିନ୍ନ ନାମୀଦାମୀ କମ୍ପାନି ଗୁଡ଼ିକ ନିଜର ତମାଖୁ ଉତ୍ପାଦକୁ ବିକ୍ରୟ ପାଇଁ ବହୁ ପ୍ରସିଦ୍ଧ ଅଭିନେତାଙ୍କୁ ବିଜ୍ଞାପନରେ ସାମିଲ୍ କରୁଛନ୍ତି ଏବଂ ଲୋକପ୍ରିୟ ପ୍ଲାଟଫର୍ମରେ ବିଜ୍ଞାପନ ଜରିଆରେ ପ୍ରଦର୍ଶିତ କରୁଛନ୍ତି । ଫଳସ୍ୱରୂପ ଯୁବପିଢିମାନେ ତମାଖୁ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି । ତେଣୁ ଏଥିପ୍ରତି ସତର୍କ ହେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର।

ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଉଥିବା ଚଳଚ୍ଚିତ୍ର ଏବଂ ଟେଲିଭି‌ଜନ୍‌ରେ ପ୍ରସାରିତ କାର୍ଯ୍ୟକ୍ରମରେ ‘ତମାଖୁ-ବିରୋଧୀ ଚେତାବନୀ’ ଓ ‘ଡିସ୍‌କ୍ଲେମର୍‌’ ପ୍ରଦର୍ଶନ କରାଯାଉଛି । କିନ୍ତୁ ବର୍ତ୍ତମାନ ସବୁଠାରୁ ଲୋକପ୍ରିୟ ଓଟିଟି ପ୍ଲାଟଫର୍ମରେ ମଧ୍ୟ ସମାନ ନିୟମ ଲାଗୁ ହୋଇଛି । ଏହି ନୂତନ ନିୟମ ଅନୁଯାୟୀ ସବୁ ଓଟିଟି ପ୍ଲାଟଫର୍ମରେ ତମାଖୁ ବିରୋଧୀ ଚେତାବନୀ ରହିବା ବାଧ୍ୟତାମୂଳକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । କୌଣସି କଣ୍ଟେଣ୍ଟ ବା କାର୍ଯ୍ୟକ୍ରମ ଆରମ୍ଭରେ ଏବଂ ମଝିରେ ତମାଖୁ ଚେତାବନୀ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ନିୟମ ଠିକ୍ ଭାବେ କାର୍ଯ୍ୟକାରୀ ନହେଲେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି ।

ଏପର୍ଯ୍ୟନ୍ତ ସାରା ଦେଶରେ ଫିଲ୍ମ କିମ୍ବା ଟିଭି ଶୋ ପାଇଁ ଏହି ନିୟମ ଥିଲା କିନ୍ତୁ ଓଟିଟି ପାଇଁ ଏହି ନିୟମ ପ୍ରଥମ କରି ଅଣାଯାଇଛି । ଓଟିଟି ପ୍ଲାଟଫର୍ମରେ ତମାଖୁ ବ୍ୟବହାର ନେଇ ବହୁ ଅଭିଯୋଗ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ଓଟିଟି ପ୍ଲାଟଫର୍ମର ଲୋକପ୍ରିୟତା ବହୁ ଅଧିକ ଥିବାରୁ ଏହା ଜନସାଧାରଣଙ୍କ ସହ ନାବାଳକମାନଙ୍କୁ ବିଶେଷ ପ୍ରଭାବିତ କରୁଛି । ଯେଉଁଥିପାଇର୍ ଏହି ନିୟମ ଲାଗୁ କରାଯାଇଛି । କାର୍ଯ୍ୟକ୍ରମ ପ୍ରସାରଣ ସମୟରେ ତମାଖୁ ଉତ୍ପାଦ କିମ୍ବା ସେଗୁଡ଼ିକର ବ୍ୟବହାର ସମ୍ବନ୍ଧୀୟ ଦୃଶ୍ୟ ପ୍ରଦର୍ଶନ ଚାଲିଥିବା ବ‌େଳେ ସ୍କ୍ରିନ୍‌ର ତଳଭାଗରେ ‘ଓଟିଟି’ ପ୍ଲାଟ୍‌ଫର୍ମମାନେ ତମାଖୁ-ବିରୋଧୀ ସ୍ବାସ୍ଥ୍ୟ ଚେତାବନୀକୁ ସତର୍କତା ବାର୍ତ୍ତା ସହ ସୁସ୍ପଷ୍ଟ ଭାବରେ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com