ଓଡ଼ିଶା

ବିଭିନ୍ନ ରାଜ୍ୟରେ ବଢ଼ିବ ଏମବିବିଏସ୍ ସିଟ୍ ସଂଖ୍ୟା

ନୂଆଦିଲ୍ଲୀ, ୩୧/୦୭/୨୦୨୨- ବଢ଼ିବ ଏମବିବିଏସ୍ ସିଟ୍ ସଂଖ୍ୟା । ଏନେଇ ସଂସଦରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟ । ସେଣ୍ଟ୍ରାଲ ସ୍ପନସର୍ଡ ସ୍କିମ  ଅଧୀନରେ ସରକାରୀ ମେଡିକାଲ କଲେଜଗୁଡ଼ିକୁ ଅପଗ୍ରେଡ୍ କରାଯିବ । ମନ୍ତ୍ରୀ ମଣ୍ଡଭିୟ କହିଛନ୍ତି, ସିଏସଏସ ଅଧୀନରେ ସରକାରୀ ମେଡିକାଲ କଲେଜଗୁଡ଼ିକୁ ଅପଗ୍ରେଡ କରାଯିବା ପରେ ଏମବିବିଏସ ସିଟ୍ ସଂଖ୍ୟା ବୃଦ୍ଧି କରାଯିବ । ମେଡିକାଲ କଲେଜମାନଙ୍କରେ ପିଜି ସିଟ୍ ସଂଖ୍ୟା ବଢ଼ିବ ଓ ନୂଆ ପିଜି ବିଷୟ ଆରମ୍ଭ କରାଯିବ । ଏଥିପାଇଁ ୧୬ଟି ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୩୪୯୫ଟି ଏମବିବିଏସ ସିଟ୍ କୁ  ମଞ୍ଜୁରୀ ମିଳିଛି । ରାଜସ୍ଥାନରେ ସର୍ବାଧିକ ୭୦୦ଟି ମେଡିକାଲ୍ ସିଟ୍ ବଢ଼ିବ । ସେହିପରି ମଧ୍ୟପ୍ରଦେଶରେ ୬୦୦, କର୍ଣ୍ଣାକଟକରେ ୫୫୦, ତାମିଲନାଡ଼ୁରେ ୩୪୫, ଗୁଜରାଟରେ ୨୭୦, ଓଡ଼ିଶାରେ ୨୦୦, ମହାରାଷ୍ଟ୍ରରେ ୧୫୦, ଆନ୍ଧ୍ରପ୍ରଦେଶରେ ୧୫୦, ପଞ୍ଜାବରେ ୧୦୦, ପଶ୍ଚିମବଙ୍ଗରେ ୧୦୦,  ଝାଡ଼ଖଣ୍ଡରେ ୧୦୦,  ଜମ୍ମୁ କଶ୍ମୀରରେ ୬୦,  ଉତ୍ତରାଖଣ୍ଡରେ ୫୦, ମଣିପୁରରେ ୫୦, ୟୁପିରେ ୫୦, ଓ ହିମାଚଳ ପ୍ରଦେଶରେ ୨୦ଟି ସିଟ୍ ବଢ଼ିବାର ସମ୍ଭାବନା ରହିଛି । ବର୍ତ୍ତମାନ ସାରା ଦେଶରେ ମୋଟ  ୪୮,୦୧୨ ଟି  ସିଟ୍ ସରକାରୀ ଓ ୪୩,୯୧୫ ଟି  ସିଟ୍  ବେସରକାରୀ ମେଡିକାଲ କଲେଜ ଗୁଡିକରେ  ରହିଛି । ତାମିଲନାଡ଼ୁରେ ସର୍ବାଧିକ ୧୦, ୭୨୫ଟି ସିଟ୍ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com