Featuredକ୍ରୀଡ଼ାଜାତୀୟ

IPL ପ୍ରେମୀ ତ… ଜାଣନ୍ତୁ ଆପଣଙ୍କ ଫେଭରାଇଟ ଟିମ୍‌ର ଓନର କିଏ?

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଦୁନିଆର ସବୁଠୁ ବଡ ଲିଗ ଭିତରେ ରହିଛି ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ । ଯଦି ରିଚେଷ୍ଟ ଲିଗ ସ୍ପୋର୍ଷ୍ଟସ୍ କଥା କହିବା ତାହେଲେ ଆଇପିଏଲ ଦ୍ୱିତୀୟ ସ୍ଥାନରେ ଅଛି । ୨୦୨୩ ଅନୁସାରେ ଆଇପିଏଲର ଟର୍ଣ୍ଣଓଭର୍ ୧୧ ବିଲିୟନ ଡଲାର ଅର୍ଥାତ୍ ୯୦ ହଜାର କୋଟିରୁ ଅଧିକ । ଭାରତରେ ଦିନକୁ ଦିନ ଆଇପିଏଲର ଚାହିଦା ବଢୁଥିବାରୁ ଆଇପିଏଲ ପ୍ରତିବର୍ଷ ତାର ଇନକମରେ ପୁରୁଣା ରେକର୍ଡକୁ ଭାଙ୍ଗିବାରେ ଲାଗିଛି । ୨୦୦୮ ମସିହାରେ ଲଳିତ ମୋଦି ଏବଂ ବିସିସିଆଇ ଏହି ଲିଗ ଆରମ୍ଭ କରିଥିଲେ । ପ୍ରଥମ ଲିଗର ବିଜେତା ଥିଲେ ରାଜସ୍ଥାନ ରୟାଲ୍ସ । ଆଇପିଏଲରେ ଆଜି ପର୍ଯ୍ୟନ୍ତ ମୋଟ ୧୫ଟି ଟିମ୍ ଭାଗ ନେଇଛନ୍ତି । ହେଲେ ବର୍ତ୍ତମାନ ୫ଟି ଟିମ ଆଇପିଏଲରୁ ବାଦ ପଡିଛନ୍ତି । ଆଇପିଏଲ ଟିମର ମାଲିକଙ୍କ ମଧ୍ୟରେ ନୀତା ଅମ୍ବାନୀ, ପ୍ରୀତି ଜିଂଟା ଏବଂ ଶାହାରୁଖ ଖାନଙ୍କୁ ସମସ୍ତେ ଜାଣିଛନ୍ତି । ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ଆଇପିଏଲରେ ବର୍ତ୍ତମାନ କେଉଁ କେଉଁ ଦଳ ଅଛନ୍ତି ଆଉ ସେମାନଙ୍କ ମାଲିକ କିଏ…

ସଫଳତା ଆଧାରରେ ପ୍ରଥମେ ଆସନ୍ତୁ ଜାଣିବା ଚେନ୍ନାଇ ସୁପର କିଙ୍ଗସ ବିଷୟରେ । ଆଇପିଏଲର ସବୁଠୁ ସକସେସଫୁଲ ଟିମ ମଧ୍ୟରୁ ଗୋଟିଏ ଏବଂ ସବୁଠୁ ଅଧିକ ପସନ୍ଦ କରାଯାଉଥିବା ଟିମ, ଯାହାକୁ କିଙ୍ଗ ଅଫ ଆଇପିଏଲ ଟିମ ମଧ୍ୟ କୁହାଯାଏ, ସେ ଟିମ ହେଉଛି ଚେନ୍ନାଇ ସୁପର କିଙ୍ଗସ । ଚଳିତ ବର୍ଷକୁ ମିଶାଇ ୫ମ ଥର ପାଇଁ ଚାମ୍ପିଅନ ହୋଇଛି ସିଏସକେ । ଏହି ଟିମ ଇଣ୍ଡିଆ ସିମେଂଟସ ଦ୍ୱାରା ପରିଚାଳିତ । ୨୦୦୮ ମସିହାରୁ ଇଣ୍ଡିଆ ସିମେଂଟସ ସିଏସକେର ମାଲିକାନା ରହିଛି । ବର୍ତ୍ତମାନ ଏହାର ମ୍ୟାନେଜିଂ ଡାଇରେକ୍ଟର ନାରାୟଣ ସ୍ୱାମୀ ଶ୍ରୀନିବାସନ ଅଛନ୍ତି । ପୂର୍ବରୁ ଏନ ଶ୍ରୀନିବାସନ ଇଂଟରନେସନାଲ କ୍ରିକେଟ କାଉନସିଲ ଏବଂ ବିସିସିଆଇରର ପ୍ରେସିଡେଂଟ ମଧ୍ୟ ଥିଲେ । ଚେନ୍ନାଇ ସୁପରକିଙ୍ଗସ ତାମିଲନାଡୁକୁ ରିପ୍ରେଜେଣ୍ଟ କରେ ଏବଂ ଏହାର ଘରୋଇ ପ୍ଲେ ଗ୍ରାଉଣ୍ଡ ହେଉଛି ଏମ ଏ ଚିଦାମ୍ବରମ କ୍ରିକେଟ ଷ୍ଟାଡିୟମ । ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ବ୍ରାଣ୍ଡର ମୂଲ୍ୟ ହେଉଛି ୮ହଜାର ୮୧୧ କୋଟି ଟଙ୍କା ।

ଦ୍ୱିତୀୟରେ ଜାଣିବା ମୁମ୍ବାଇ ଇଣ୍ଡିଆନ୍ସ । ଚେନ୍ନାଇ ଭଳି ଆଇପିଏଲର ଅନ୍ୟ ଏକ ସକସେସଫୁଲ ଟିମ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ । ୨୦୦୮ ମସିହାରୁ ମୁକେଶ ଅମ୍ବାନୀଙ୍କ କମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦ୍ୱାରା ପରିଚାଳିତ ହୋଇଆସୁଛି । ୨୦୦୮ ମସିହାରେ ମୁକେଶ ଅମ୍ବାନୀ ଏମଆଇ ଫ୍ରାଞ୍ଜାଇଜକୁ ୮୨୧ କୋଟି ଟଙ୍କାରେ କିଣିଥିଲେ । ଏହି ହିସାବରେ ଏମଆଇ ସବୁଠୁ ମହଙ୍ଗା ବିକ୍ରି ହୋଇଥିବା ଟିମ ଭାବେ ଗଣାଯାଉଥିଲା । ଏମଆଇ ଟିମର ମ୍ୟାନେଜମେଂଟ ଏବଂ ସମସ୍ତ ଜରୁରୀ କାଗଜପତ୍ର କାମ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଏବଂ ପୁଅ ଆକାଶ ଅମ୍ବାନୀ ସମ୍ଭାଳନ୍ତି । ଏମଆଇ ମୁମ୍ବାଇ ମହାରାଷ୍ଟ୍ରକୁ ରିପ୍ରେଜେଂଟ କରେ । ଏହାର ହୋମ ଗ୍ରାଉଣ୍ଡ ହେଉଛି ୱାଙ୍ଖଡେ କ୍ରିଟେକ ଷ୍ଟାଡିୟମ । ଯଦି ଏମଆଇ ବ୍ରାଣ୍ଡ ମୂଲ୍ୟ ଦେଖିବା ବର୍ତ୍ତମାନ ୯ ହଜାର ୯୬୨ କୋଟି ଟଙ୍କା ।

ତୃତୀୟରେ ଜାଣନ୍ତୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଷୟରେ, ୨୦୦୮ରେ ବିଜୟ ମାଲ୍ୟା ଏହି ଫ୍ରାଚାଇଜ ପାଇଁ ପାଖାପାଖି ୮୧୯ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଯାହା ସେ ସମୟର ଦ୍ୱିତୀୟ ବହୁମୂଲ୍ୟ ଟିମ୍ ରହିଥିଲା । ଏହି ଟିମରେ ବଡ ବଡ ଖେଳାଳିମାନେ ଥିଲେ ମଧ୍ୟ ଆଇପିଏଲର ଗୋଟିଏ ବି ଟ୍ରଫି ଆଜି ପର୍ଯ୍ୟନ୍ତ ହାତେଇ ପାରିନାହିଁ । ଏହାର ମାଲିକଙ୍କ ବିଷୟରେ କହିବାକୁ ଗଲେ ଆରସିବିର ମାଲିକାନା ୟୁନାଇଟେଡ ସ୍ପିରିଟ୍ସ ଲିମିଟେଡ ପାଖରେ ରହିଛି । ଯାହାର ସିଇଓ ବା ମ୍ୟାନେଜିଂ ଡାଇରେକ୍ଟର ଆନନ୍ଦ କୃପାଳୁ । ଆରସିବି କର୍ଣ୍ଣାଟକକୁ ରିପ୍ରେଜେଂଟ କରେ । ଏହାର ହୋମ ଗ୍ରାଉଣ୍ଡ ହେୁଛି ଏମ.ଚିନ୍ନାସ୍ୱାମୀ କ୍ରିକେଟ୍ ଷ୍ଟାଡିୟମ । ଆରସିବିର ବ୍ରାଣ୍ଡ ମୂଲ୍ୟ ବର୍ତ୍ତମାନ ୭ ହଜାର ୮୫୩ କୋଟି ଟଙ୍କା ।

ସେହିପରି ଚତୁର୍ଥରେ ଜାଣିବା କୋଲକାତା ନାଇଟ ରାଇଡର୍ସ ବିଷୟରେ । ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ ଏବଂ ଅଭିନେତ୍ରୀ ଜୁହି ଚାୱଲାଙ୍କ ଟିମ କୋଲକାତା ନାଇଟରାଇଡର୍ସ ଆଜି ପର୍ଯ୍ୟନ୍ତ ଦୁଇଥିର ଆଇପିଏଲ ଟ୍ରଫି ନିଜ ନାଁରେ କରିଛି । ଏହାର ମାଲିକାନା ରେଡ ଚିଲି ଏଂଟରଟେନମେଂଟ ପାଖରେ ରହିଛିା ଏହି କମ୍ପାନୀ କେକେଆର ଟିମର ୫୫ ପ୍ରତିଶତ ମାଲିକ । କେକେଆରର ଦ୍ୱିତୀୟ ମାଲିକାନା ମେହେତା ଗ୍ରୁପ ପାଖରେ ରହିଛି । ଯିଏକି ଏହି ଟିମର ୪୫ ପ୍ରତିଶତ ଅଂଶଧନର ମାଲିକ । ମେହେତା ଗ୍ରୁପର ମାଲିକ ଜୟ ମେହେତା ଅଛନ୍ତି । ଯିଏକି ଅଭିନେତ୍ରୀ ଜୁହି ଚାୱଲାଙ୍କ ସ୍ୱାମୀ। କେକେଆର କୋଲକାତା ୱେଷ୍ଟ ବେଙ୍ଗଲକୁ ରିପ୍ରେଜେଂଟ କରେ । ଏବଂ ଏହାର ହୋମ ଗ୍ରାଉଣ୍ଡ ହେଉଛି ଇଡେନ୍ ଗାର୍ଡେନ କ୍ରିକେଟ ଷ୍ଟାଡିୟମ। କେକେଆର ଟିମର ବ୍ରାଣ୍ଡ ଭାଲ୍ୟୁ ୮ ହଜାର ୪୨୮ କୋଟି ଟଙ୍କା ।

୫ମରେ ଆସିବ ଗୁଜରାଟ ଟାଇଟନ୍ସ । ଗତବର୍ଷ ଆଇପିଏଲରେ ଡେବୁ୍ୟ କରିବା ସହ ଟ୍ରଫି ଜିତି ସମସ୍ତଙ୍କୁ ଚକିତ କରିଦେଇଥିଲା । ଏହି ଦଳ ସିଭିସି କ୍ୟାପିଟାଲ ଦ୍ୱାରା ପରିଚାଳିତ । ଏହାର ମାଲିକାନା ଷ୍ଟିଭ କୋଲ୍ଟସ ଏବଂ ଡୋନାଲ୍ଡ ମାକେଞ୍ଜିଙ୍କ ପାଖରେ ରହିଛି । ଏହା ଗୁଜରାଟ ଟାଇଟନ୍ସକୁ ରିପ୍ରେଜେଂଟ କରେ । ଏବଂ ଏହାର ହୋମ ଗ୍ରାଉଣ୍ଡ ହେଉଛି ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମ । ଗୁଜରାଟ ଟାଇଟନ୍ସ ବ୍ରାଣ୍ଡ ଭାଲ୍ୟୁ ହେଉଛି ୬ ହଜାର ୫୧୨ କୋଟି ଟଙ୍କା ।

ଏହା ପରକୁ ଷଷ୍ଠରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ସମୟ ସହ ନିଜର ପ୍ରଫମାନ୍ସ ବଦଳାଉଥିବା ଦିଲ୍ଲୀ କ୍ୟାପିଟାଲ୍ସ ର ମାଲିକାନା ଦୁଇଟି କମ୍ପାନୀ ଜେଏସଡବ୍ଲୁ୍ୟ ଏବଂ ଜିଏମଆର ଗ୍ରୁପ ସହିତ ରହିଛି । ୨୦୦୮ରେ ଜିଏମଆର ଏକା ଏହି ଟିମକୁ କିଣିଥିଲା । ସେହି ସମୟରେ ଏହାର ନାଁ ଦିଲ୍ଲୀ ଡେୟାରଡେଭିଲସ ଥିଲା । ୨୦୧୮ରେ ଜେଏସଡବ୍ଲୁ ୫୫୦ କୋଟି ଦେଇ ଏହି ଟିମର ୫୦ ପ୍ରତିଶତ ନିଜ ନାଁରେ କରିନେଇଥିଲା । ଦିଲ୍ଲୀ କ୍ୟାପିଟାଲର ଡାଇରେକ୍ଟର ପାର୍ଥ ଜିନ୍ଦଲ ଅଛନ୍ତି । ପାର୍ଥ ଜିନ୍ଦଲ ହିଁ ଆଇପିଏଲ ଟିମର ନିଲାମ ଏବଂ ସଂଞ୍ଚାଳନ କାର୍ଯ୍ୟ ଭାର ସମ୍ଭାଳନ୍ତି । ଏହା ସହ ସେ ସବୁଠୁ ୟଙ୍ଗେଷ୍ଟ ଫ୍ରାଞ୍ଜାଇଜର ଓନର ମଧ୍ୟ । ଦିଲ୍ଲା କ୍ୟାପିଟାଲ୍ସ ଦିଲ୍ଲୀ ସିଟିକୁ ରିପ୍ରେଜେଂଟ କରେ । ଏବଂ ଏହାର ହୋମ ଗ୍ରାଉଣ୍ଡ ହେଉଛି ଅରୁଣ ଜେଟଲିି କ୍ରିକେଟ ଷ୍ଟାଡିୟମ । ଦିଲ୍ଲୀ କ୍ୟାପିଟାଲ୍ସ ବ୍ରାଣ୍ଡ ଭାଲ୍ୟୁ ହେଉଛି ୭ ହଜାର ୯୩୦ କୋଟି ଟଙ୍କା ।

୭ନମ୍ବରରେ ରହିଛି ରାଜସ୍ଥାନ ରୟାଲ୍ସ । ଆଇପିଏର ପ୍ରଥମ ବିଜେତା ଟିମ ହେଉଛି ରାଜସ୍ଥାନ ରୟାଲ୍ସ । ୨୦୦୮ ପରଠୁ ରାଜସ୍ଥାନ ରୟାଲ୍ସ ଆଜି ପର୍ଯ୍ୟନ୍ତ ତାର ଦ୍ୱିତୀୟ ଟ୍ରଫି ଜିତିପାରିନାହିଁ । ରାଜସ୍ଥାନ ରୟାଲ୍ସ ସବୁଠୁ ୍ଧିକା ସେୟାର ମନୋଜ ବଡାଲାଙ୍କ ପାକରେ ରହିଛି । ଏହି ଟିମର ପ୍ରାୟ ୬୫ ପ୍ରତିଶତ ସେୟାର ତାଙ୍କ ପାଖରେ ରହିଛି । ଏବଂ ରେଡ ବାର୍ଡ କ୍ୟାପିଟାଲ୍ସ ପାର୍ଟନରଙ୍କ ପାଖରେ ୧୫ ପ୍ରତିଶତ ସେୟାର ଅଛି । ଏବଂ ଲାଇସଲାଇନ ମୋଲଡରର୍ସଙ୍କ ପାଖରେ ୧୩ ପ୍ରତିଶତ ସେୟାର ରହିଛି । ରାଜସ୍ଥାନ ରୟାଲ୍ସ ରାଜସ୍ଥାନକୁ ରିପ୍ରେଜେଂଟ କରେ । ଏବଂ ଏହାର ହୋମ ଗ୍ରାଉଣ୍ଡ ହେଉଛି ସୱାଇ ମାନସିଂଙ୍ଗ କ୍ରିକେଟ ଷ୍ଟାଡିୟମ । ରାଜସ୍ଥାନ ରୟାଲ୍ସ ବ୍ରାଣ୍ଡ ଭାଲ୍ୟୁ ହେଉଛି ୭ ହଜାର ୬୬୨ କୋଟି ଟଙ୍କା ।

ଅଷ୍ଟମରେ ଜାଣିବା ସନ ରାଇଜର୍ସ ହାଇଦ୍ରାବାଦ ବିଷୟରେ । ୨୦୧୨ ମସିହାରେ ଡେକନ ଚାଜର୍ସ ଓନର କମ୍ପାନୀ ଡାକନ କ୍ରୋନିକାଲସ ଯେତେବେଳେ ବ୍ୟାଙ୍କ କ୍ରପ୍ଟ ହୋଇଥିଲା ସେହି ସମୟରେ ସନ ଟିଭି ନେଟୱାର୍କର ଓନର କଳାନିଧି ମାରନ ଡାକନ ଚାର୍ଜସକୁ ରିପ୍ଲେସ କରିଥିଲେ । ଏବଂ ସନରାଇଜର୍ସ ହାଇଦ୍ରାବାଦ ନାମକ ଏକ ନୂଆ ଟିମ ୨୦୧୩ରେ ଡେବୁ୍ୟ କରିଥିଲା । ୨୦୧୬ରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମ ଆଇପିଏଲ ଟ୍ରଫି ଜିତିଥିଲା । ସନରାଇଜର୍ସ ହାଇଦ୍ରାବାଦ ତେଲେଙ୍ଗାନାକୁ ରିପ୍ରେଜେଂଟ କରେ । ଏବଂ ଏହାର ହୋମ ଗ୍ରାଉଣ୍ଡ ହେଉଛି ରାଜୀବଗାନ୍ଧି ଇଣ୍ଟରନେସନାଲ କ୍ରିକେଟ ଷ୍ଟାଡିୟମ । ରାଜସ୍ଥାନ ରୟାଲ୍ସ ବ୍ରାଣ୍ଡ ଭାଲ୍ୟୁ ହେଉଛି ୭ ହଜାର ୪୩୨ କୋଟି ଟଙ୍କା ।

ନବମ ସ୍ଥାନରେ ରହିଛି ଲକ୍ନୌ ସୁପର ଜିଆଣ୍ଟସ । ୨୦୨୨ରେ ଡେବ୍ୟୁ କରିଥିଲା ଲକ୍ନୌ ସୁପର ଜିଆଣ୍ଟସ । ଏହି ଟିମର ମାଲିକାନା ହେଉଛି ଆରପିଏସଜି ଗ୍ରୁପ ପାଖରେ ଅଛି । ଏହି ଟିମ ଲକ୍ନୌ ଉତ୍ତର ପ୍ରଦେଶକୁ ରିପ୍ରେଜେଂଟ କରେ । ଏହାର ହୋମ ଗ୍ରାଉଣ୍ଡ ହେଉଛି ବିଆରଏସଏବିଭି ଏକନା କ୍ରିକେଟ ଷ୍ଟାଡିୟମ । ରାଜସ୍ଥାନ ରୟାଲ୍ସ ବ୍ରାଣ୍ଡ ଭାଲ୍ୟୁ ହେଉଛି ୮ ହଜାର ୨୩୬ କୋଟି ଟଙ୍କା ।

ଏହା ପଛକୁ ଦଶ ନମ୍ବରରେ ଅଛି ପଞ୍ଜାବ କିଙ୍ଗସ । ଆଇପିଏଲର ସବୁଠୁ ପଛରେ ଥିବା ଟିମ ହେଉଛି ପଞ୍ଜାବ କିଙ୍ଗସ ଥରେ ମାତ୍ର ସେମି ଫାଇନାଲସରେ ଏବଂ ଫାଇନାଲରେ ନିଜର ଜାଗା ବନେଇଛି । ଏହି ଟିମର କେବଳ ଜଣେ ନୁହଁ ବରଂ ୪ ଜଣ ମାଲିକ ଅଛନ୍ତି । ଡାବର ଡାଇରେକ୍ଟର ମୋହିତ ବରମନ ଏହି ଟିମର ୪୬ ପ୍ରତିଶତ ସେୟାରର ମାଲିକ ଅଟନ୍ତି । ଦ୍ୱିତୀୟ ମାଲିକ ହେଉଛନ୍ତି ବ୍ରିଟିସ ଇଣ୍ଡିଆନ ବିଜନେସମ୍ୟାନ ନେସ ୱାଡିଆ ଯାହାଙ୍କ ପାଖରେ ଏହି ଟିମର ୨୩ ପ୍ରତିଶତ ସେୟାର ରହିଛି । ଏହି ଟିମର ତୃତୀୟ ମାଲିକ ହେଉଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିତି ଜିଂଟା । ଯିଏକି ଏହି ଟିମର ୨୩ ପ୍ରତିଶତ ମାଲିକ ଅଟନ୍ତି । ପ୍ରତି ଜିଂଟା ସବୁବେଳେ ଟିମ ସହ ରହୁଥିବା ନଜର ଆସନ୍ତି । ସେହିପରି ଏହି ଟିମର ଚତୁର୍ଥ ମାଲିକ ଡେ ଆଣ୍ଡ ଡେ ଗ୍ରୁପର ସପ୍ତରାସି ଦେ । ଯିଏ କି ଏହି ଟିମର ୧୮ ପ୍ରତିଶତ ର ମାଲିକ । ପଞ୍ଜାବ କିଙ୍ଗସ ପଞ୍ଜାବକୁ ରିପ୍ରେଜେଂଟ କରେ । ଏହାର ହୋମ ଗ୍ରାଉଣ୍ଡ ହେଉଛି ଇନ୍ଦ୍ରଜିତ ସିଂହ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମ । ରାଜସ୍ଥାନ ରୟାଲ୍ସ ବ୍ରାଣ୍ଡ ଭାଲୁ୍ୟ ହେଉଛି ୭ ହଜାର ୮୭ କୋଟି ଟଙ୍କା

ଖେଳ ଜଗତର ଏମିତି ଅନେକ ଅଜଣା କଥା ଜାଣିବା ପାଇଁ ଆମ ଚ୍ୟାନେଲକୁ Subscribe କରନ୍ତୁ । ଯଦି ନିମ୍ନ ପ୍ରଦତ୍ତ ଭିଡିଓଟି ଭଲ ଲାଗିଲା ତେବେ ଲାଇକ, ଶେଆର ଆଉ କମେଣ୍ଟ କରିବାକୁ ଜମାରୁ ବି ଭୁଲିବେନି।

 

Related Articles

Back to top button
WP Twitter Auto Publish Powered By : XYZScripts.com