Breaking NewsFeaturedରାଜନୀତି

ନୀତୀଶ ହେବେ ଡେପୁଟି ପ୍ରାଇମ୍ ମିନିଷ୍ଟର୍? ମେଣ୍ଟର ନେସନାଲ କୋଅର୍ଡିନେଟର୍?ଦେଖନ୍ତୁ

୨୦୨୪ରେ ବିଜେପିକୁ ଗାଦିଚୁ୍ୟତ କରିବା ପାଇଁ ଏକାଠି ହୋଇଛନ୍ତି ମୋଦି ବିରୋଧୀ । ସମସ୍ତ ୨୬ଟି ବିରୋଧୀ ଦଳକୁ ନେଇ ଗଠନ ହୋଇଛି ମିଳିତ ମେଂଟ । ଆଉ ଏହି ମହାଗଠବନ୍ଧନର ନା ରହିଛି ଆଇଏନଡିଆଏ । ଯାହାର ନେତୃତ୍ୱ ନେଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ହେଲେ ଏହାର ପ୍ରଛଦ ପଟ୍ଟର ମୁଖ୍ୟ ନାୟକ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ।

ଏହି ମହାଗଠବନ୍ଧନ ପାଇଁ ସେ ନିର୍ବାହ କରିଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା । କାରଣ ଲାଲୁ ହେଉଛନ୍ତି ରାଜନୀତିର ପୋଖତ ଖେଳାଳି । ତେବେ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ହେଉ କିମ୍ବା କୋର୍ଟରେ ଚିଲିଥିବା ମାମଲା ଯୋଗୁ, ଆଗକୁ ଆସିନଥିଲେ ଆରଜେଡି ସୁପ୍ରିମୋ । କିନ୍ତୁ ନୀତୀଶଙ୍କୁ ଆଗକୁ ଆଣିି, ସେ ପଛରେ ରହି ଚଳାଉଥିଲେ ତାଙ୍କର ରାଜନୀତିକ ଗୋଟି ଚାଳନା । ମୋଟାମୋଟି କହିବାକୁ ଗଲେ ବିରୋଧୀଙ୍କ ଏହି ମେଂଟର ପ୍ରମୁଖ ଦାୟିତ୍ୱ ନେଇଥିଲେ ୨ବିହାରୀ ବାବୁ । ଖାଲି ସେତିକି ନୁହେଁ ଏମାନଙ୍କ ଭିତରେ ରହିଛି ଘନିଷ୍ଠତା ।

ତେଣୁ ଆରଜେଡି ଓ ଜେଡିୟୁ ଭିତରେ ଥିବା ନିବିଡ ସଂପର୍କ କାହାକୁ ଅଛପା ନାହିଁ । ଅନ୍ୟପଟେ ଦେଖିବାକୁ ଗଲେ ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ, ନହେଲେ ମେଂଟର ଜାତୀୟ ସଂଯୋଜକ କିମ୍ବା ଆବାହକ କରିବା ନେଇ ବି ଦାବି ଜୋର ଧରିଥିଲା । ପୂର୍ବରୁ ଅନୁଷ୍ଠିତ ମେଂଟର ୩ଟି ବୈଠକରେ ମଧ୍ୟ ଏନେଇ ମାନସମନ୍ଥନ କରାଯାଇଥିଲା । କିନ୍ତୁ ଲାଷ୍ଟ ମିଟିଂରେ ୨ବିହାରୀ ବାବୁଙ୍କ ଗୋଟି ଚାଳନା ଫେଲ ମାରିଥିଲା । ଏଇଥିପାଇଁ କୁହାଯାଉଛି କି ପ୍ରଧାନମନ୍ତ୍ରୀ ପାଇଁ ମଲ୍ଲିକାର୍ଜୁନ ଖଡଗେଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲ ।

ଯାହା ଖଟକି ଥିଲା ୨ବିହାରୀ ବାବୁଙ୍କୁ । ଯେଉଁଥିପାଇଁ ବୈଠକରୁ ଶୀଘ୍ର ଶୀଘ୍ର ବାହରି ପଳାଇଥିଲେ ଲାଲୁ ଓ ନୀତୀଶ କୁମାର । ଯାହାକୁ ନେଇ ଚର୍ଚ୍ଚା ଜୋର ଧରୁଛି । କୁହାଯାଉଛି କି ଏମାନଙ୍କ ନିଷ୍ପତିରେ କୁଆଡେ ସହମତି ନାହାନ୍ତି ଏହି ୨ ନେତା । ଯାହା ଫଳରେ ତରତର ହୋଇ ଚାଲି ଯାଇଥିଲେ ଏମାନେ । ଏଭଳି ସ୍ଥଳେ କୁହାଯାଉଛି କି ଯଦି ଖଡେଗେ ପିଏମ ହେବେ, ତେବେ ନୀତୀଶଙ୍କୁ ଉପ ପ୍ରଧାନମନ୍ତ୍ରୀ, ନହେଲେ ନ୍ୟାସନାଲ କୋଅର୍ଡିନେଟର କିମ୍ବା ଆବାହକ କରାଯାଉ ବୋଲି ଦାବି କରିଛନ୍ତି ଆରଜେଡି ଓ ଜେଡିୟୁ ନେତା । ଆଉ ଏହାସହ ସ୍ୱର ମିଳାଇଛନ୍ତି ବାମଦଳ । ସୀତାରାମ ୟେଚୁରୀ, ଡି ରାଜାଙ୍କ ଭଳି ବରିଷ୍ଠ ନେତା ବି ଏହି ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com