ମନୋରଞ୍ଜନ

ଭିନ୍ନ ଲୁକରେ ଫଟୋ ସୁଟ କଲେ ନୋରା ଫତେଇ; ଦିୱାନା ହେଲେ ଦର୍ଶକ

ବଲିଉଡ ଆକ୍ଟ୍ରେସ ନୋରା ଫତେଇ । ନିଜର ଚେହେରା , ଡ୍ରେସ ଏବଂ ଡ୍ୟାନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ନୃତ୍ୟ ପାଇଁ କୋଟି କୋଟି ଦିୱାନା ରହିଛନ୍ତି ।

ଏବେ ନୋରାଙ୍କର ଏକ ଭଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖାଯାଇଛି ଯେ, ନୋରା ଏକ କଳା ରଙ୍ଗର ଡ୍ରେସ ପିନ୍ଧିଛନ୍ତି ।

କାରରୁ ବାହାରିବାପରେ ଫଟୋଗ୍ରାଫରମାନେ ତାଙ୍କ ଫଟୋ ସୁଟ କରୁଛନ୍ତି । ନୋରାଙ୍କୁ ଏହି ବେଶରେ ଦେଖି ତାଙ୍କ ଫ୍ୟାନ୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଉଥିବାବେଳେ ଆଉ କିଛି ତାଙ୍କୁ ଟୋ୍ରଲ କରିଛନ୍ତି ।

ନୋରା ହାତରେ ଏକ ଛୋଟ ବ୍ୟାଗ ଧରିବା ସହ ଫଟୋଗ୍ରାଫରମାନଙ୍କୁ ଭିନ୍ନ ଭିନ୍ନ ପୋଜ ଦେଉଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ନୋରା ବାରମ୍ବାର ପଛକୁ ବୁଲି ପୋଜ୍ ଦେଉଥିବାର ନଜର ଆସିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com