ଓଡ଼ିଶା

ସରକାରୀ ଯନ୍ତ୍ରୀଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି, Vigilance Raid

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ଇଂଜିନିୟର ବିକାଶ ଚନ୍ଦ୍ର ଭୂୟାଁଙ୍କ ଘରେ ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘରେ ରେଡ । ସରକାରୀ ବାବୁଙ୍କର ରହିଛି ଆଲିସାନ ଘର । ସତେ ଯେମିତି ରାଜକୀୟ ଢଙ୍ଗରେ ତିଆରି ହୋଇଛି । ବାହାର ଦେଖିବ ଯେମିତି ଚକାଚକ, ଭିତରକୁ ଗଲେ ଆଖି ଖୋସି ହେଇଯିବ ।

ଦେଖିଲେ ଲାଗିବ ଏ କୌଣିସି ସରକାରୀ ଯନ୍ତ୍ରୀଙ୍କ ଘର ନନୁହେଁ । ଘର ଭିତରେ ରହିଛି ହୀରାର ହାର ଠାରୁ ଆରମ୍ଭ କରି ସୁନା ରୂପାର ଭଳିକି ଭଳି ଡିଜାଇନର ଗହଣା । ନଗଦ କ୍ୟାସ ମିଳିଥିବା ବେଳେ ୧୨ ଲକ୍ଷରୁ ଅଧିକ ଟଙ୍କା ବ୍ୟାଙ୍କରେ ଜମା ରହିଛି । ଗୋଟିଏ ଚାରୀ ଓ ୩ଟି ଦୁଇ ଚକିଆ ଗାଡି ମଧ୍ୟ ମିଳିଛି । ଖାଲି ଏତିକି ନହେଁ ବାବୁ କ୍ରିପ୍ଟା କରେନ୍ସିରେ ୧ ଲକ୍ଷ ୨୩ ହଜାର ଟଙ୍କା ବିନିଯୋଗ କରିଥିବା ଜଣାପଡିଛି ।ସେହିପରି ପୁଅ ଝିଅଙ୍କ ପାଠ ପଢାପାଇଁ ଖର୍ଚ୍ଚ କରିଛନ୍ତି ୧ କୋଟି ଟଙ୍କା ।

ସୌଭାଗ୍ୟନଗରେ ଥିବା ବାବୁଙ୍କର ଏହି ଘର ଉପରେ ଟିକେ ନଜର ପକାନ୍ତୁ । ଭିତରକୁ ଯିବା ମାତ୍ରେ ଆପଣଙ୍କୁ ଲାଗିବ ଯେ କୌଣସି ଫାଇଭଷ୍ଟାର ହୋଟେଲକୁ ଆପଣ ଆସିଯାଇଛନ୍ତି । ଆଖି ଝଲସିଲା ଭଳି ଏଂଟରିୟର ଜିଜାଇନ ସାଙ୍ଗକୁ ଲାଗିଛି ମୂଲ୍ୟବାନ କାଠର ଉପକରଣ । ସୌଭାଗ୍ୟ ନଗରରେ ଥିବା ଏହି ଘରର ମୂଲ୍ୟା ପ୍ରା ୨ କୋଟିରୁ ଅଧିକ ହେବ ।

ଇଂଜିନିୟରଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳଇନ ଚଢାଉ ହୋଇଛି । ଭୁବନେଶ୍ୱର ସୌଭାଗ୍ୟନଗର ସ୍ଥିତ ଘର, କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଲେହେଙ୍ଗା ଗ୍ରାମ ସ୍ଥିତ ପୈତୃକ ଘର, ଭୁବନେଶ୍ୱର ଚକେଇସିଆଣି ସ୍ଥିତ ଜଣେ ସଂମ୍ପର୍କୀୟଙ୍କ ଘର ଓ କଟକ ସଦର ବ୍ଲକ ସ୍ଥିତ ତାଙ୍କ ଅଫିସ ରୁମରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ।

କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଂଟ ବଳରେ ଏହି ଚଢାଉ କରାଯାଇଛି । ରେଡ ସମୟରେ ଯେତିକି ସମ୍ପତି ଠାବ ହୋଇଛି ତାକୁ ମିସେଇଲେ ପାଖା ପାଖି ୫ କୋଟିରୁ ଅଧିକ ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି । ଭିଜିଲାନ୍ସର ୩ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଛନ୍ତି । ତେବେ ଯନ୍ତ୍ରୀଙ୍କ ନାଁରେ ଆଗରୁ ମଧ୍ୟ ଦୁର୍ନୀତିର ଅଭିଯୋଗ ରହିଛି । ସେହିପରି ଜଣେ ସରକାରୀ ଯନ୍ତ୍ରୀଙ୍କ ପାଖରେ ଏତେ ଟଙ୍କାର ସମ୍ପତ୍ତି ଆସିଲା କେଉଁଠୁ ତାହା ଭିଜିଲାନ୍ସ ଟିମକୁ ଚକିତ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com