ଅନ୍ତର୍ଜାତୀୟ

ସାଂଘାତିକ ସାବ୍ୟସ୍ତ ହେଉଛି ୱାଇ-ଫାଇ ବ୍ୟବହାର, ହାଇ ରେଡିଅସନ୍‌ ବିଗାଡୁଛି ସ୍ଵାସ୍ଥ୍ୟ

ଇଣ୍ଟରନେଟ୍‌ ଯୁଗ କୁହନ୍ତୁ ବା ଡିଜିଟାଲ୍‌ ଜମାନା। ଏସବୁକୁ ଛାଡ଼ି ମଣିଷ କ୍ଷଣେ ଚଳିବା କଷ୍ଟକର ହୋଇପଡୁଛି। ସବୁରି ହାତରେ ଏବେ ଗୋଟିଏ କିମ୍ବା ଦୁଇଟି ମୋବାଇଲ୍‌  ଫୋନ୍‌। ଅଙ୍ଗୁଳି ଟିପରେ ସାରା ଦୁନିଆକୁ ଦେଖି ପାରୁଛି ମଣିଷ।

ଆଉ ଏସବୁ ସମ୍ଭବ କେବଳ ଇଣ୍ଟରନେଟ୍‌ ଯୋଗୁ। ତେବେ ସମୟ ସହ ତାଳ ଦେଇ ଇଣ୍ଟରନେଟ୍‌ ସ୍ପିଡ୍ ବଢ଼ାଇବାକୁ ଟେଲିକମ୍‌ କମ୍ପାନୀଗୁଡ଼ିକ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ଏବେ ଫିପ୍ଥ ଜେନେରେସନ୍ ବା ୫-ଜି ସେବା ଚାଲିବା ପରେ ପରେ ୬-ଜି ପାଇଁ ପ୍ରସ୍ତୁତି ଚାଲିଛି। ତେବେ ଇଣ୍ଟରନେଟ୍‌ ଚାହିଦା ବଢ଼ିବା ସହ ନେଟୱର୍କ ଓ ହାଇସ୍ପିଡ୍‌ ପାଇଁ ୱାଇ-ଫାଇ ବ୍ୟବହାର ମଧ୍ୟ ବଢ଼ିବାରେ ଲାଗିଛି। ତେବେ ହାଇ ଫ୍ରିକ୍ଵେନ୍ସି ଓ ହାଇ ରେଡିଅସନ୍ ଯୋଗୁ ମଣିଷ ସ୍ଵାସ୍ଥ୍ୟ ପ୍ରତି ବଡ଼ ବିପଦ ଘନେଇ ଆସୁଛି। ଏନେଇ ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ସତର୍କବାଣୀ ଦେଇଆସୁଛନ୍ତି।

ଆମେ ଜାଣିଛେ, ସ୍କୁଲ୍, କଲେଜ, ଅଫିସ୍ ଏବଂ ଘର ଭଳି ବିଭିନ୍ନ ସ୍ଥାନରେ  ଅଧିକାଂଶ କାର୍ଯ୍ୟ ପାଇଁ ଇଣ୍ଟରନେଟ୍ ନିହାତି ଦରକାର ହେଉଛି। ତେବେ ୱାଇଫାଇ ଲଗାଇବା ଦ୍ୱାରା ଇଣ୍ଟରନେଟ୍ ସ୍ପିଡ୍ ଭଲ ହୋଇପାରେ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ କ୍ଷତିକାରକ। ବିଶେଷକରି ମାନସିକ ସ୍ଵାସ୍ଥ୍ୟ ବିଗାଡ଼ିଥାଏ ୱାଇ-ଫାଇ।

ଅନେକ ଗବେଷଣାରେ ଏହା ପ୍ରକାଶ ପାଇଛି ଯେ ୱାଇ-ଫାଇ ଅଧିକ ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ୱାଇଫାଇ ରାଉଟରରୁ ଅନେକ ପ୍ରକାର ବିକିରଣ ତରଙ୍ଗ ନିର୍ଗତ ହୁଏ । ଏହି ତରଙ୍ଗଗୁଡ଼ିକୁ ବିଦ୍ୟୁତ୍-ଚୁମ୍ବକୀୟ ତରଙ୍ଗ କୁହାଯାଏ । ଏହି ତରଙ୍ଗ ଆମ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ ।

ଏହି ବିକିରଣ ତରଙ୍ଗ ପ୍ରଭାବରେ ରକ୍ତଚାପ, ନିଦ୍ରାହୀନତା, ଶରୀରରେ ଉଦାସୀନତା ଭଳି ଅନେକ ରୋଗ ବଢାଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ୱାଇଫାଇରୁ ବାହାରୁଥିବା ବିକିରଣ ତରଙ୍ଗ ଆମର ମାନସିକ ସ୍ଥିତିକୁ ପ୍ରଭାବିତ କରିଥାଏ।  ଏହି କାରଣରୁ ଲୋକେ ଅଲଜାଇମର ଭଳି ସମସ୍ୟାର ଶିକାର ହୁଅନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com